Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଦନପୁର ରାମପୁରବ୍ଲକ ସ୍ଥିତ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ସଂସ୍ଥାନ ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

କଳାହାଣ୍ଡି, ୦୪/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି
ଜିଲ୍ଲା ଏମରାମପୁର ବ୍ଲକ ସ୍ଥିତ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ସଂସ୍ଥାନ ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର ସିଂ ଦେଓ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ, ମୁଖ୍ୟ ବକ୍ତା ରୂପେ ସମାଜସେବୀ ସତ୍ୟ ନାରାୟଣ ପଟ୍ଟନାୟକ,ସମ୍ମାନିତ ଅତିଥି ରୂପେ ତହସିଲଦାର ସୁଧାକର ରାଇତା, ଜିଲ୍ଲା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ, ସରପଞ୍ଚ ବୀଣାପାଣି ସାହୁ, ରେଞ୍ଜର ପ୍ରଶାନ୍ତ ପାଲ, ସମାଜସେବୀ ସଂଯୁକ୍ତା ସିଂ ଦେଓ ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ଦିବ୍ୟାଙ୍ଗ ମାନେ ଅପାର କଳା କୌଶଳ ର ଅଧିକାରୀ ସେମାନେ ସାଧାରଣ ଲୋକ ଙ୍କ ଠାରୁ କୌଣସି କ୍ଷେତ୍ର ରେ କମ ନୁହନ୍ତି ବୋଲି ବକ୍ତବ୍ୟ ରଖିଥିଲେ, ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ସଂସ୍ଥା ର ମୁଖ୍ୟ ସୁମନ୍ତ ସାହୁ, ଟୁନି ପଣ୍ଡା ଓ ଦୁର୍ଯ୍ୟୋଧନ ଧାରୁଆ ସମେତ ସଂସ୍ଥା ର ସମସ୍ତ କର୍ମକର୍ତ୍ତା ଗଣ ସକ୍ରିୟ ଭୂମିକା ସହ ସଭା ଟି କୁ ସାଫଲ୍ୟ ମଣ୍ଡିତ କରିଥିଲେ |