Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵବିଦ୍ୟାଳୟର ‘ନୂଆ-ଓ’ ବିକାଶ ସାମାଜିକ କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ

କଳାହାଣ୍ଡି, ୦୬/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣା ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ‘ନୂଆ-ଓ’ ସାମାଜିକ କାର୍ଯ୍ୟକଳାପରେ ତୃତୀୟ ପର୍ଯ୍ୟ।ୟରେ “ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ” ବିଶ୍ୱବିଦ୍ୟାଳୟର ସ୍ଥାନୀୟ ପୋଷ୍ୟଗ୍ରାମ ଗଣନାଥପୁର ଠାରେ ତା-୦୬.୧୨.୨୩ ରିଖରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର କର୍ଣ୍ଣେଲ୍‍ ସଂଜୟ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରଶିକ୍ଷକ ଭାବେ ବିଶ୍ୱବିଦ୍ୟାଳୟର ଛାତ୍ର ଗଜପତି ବନ୍ଦୀଛୋଡ଼, ତେଜରାଜ ବେମାଲ, ଉମେଶ ଚନ୍ଦ୍ର ନାଗ, ପ୍ରମୁଖ “ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ” ଯଥା ସାପ କାମୁଡା, କୁକୁର କାମୁଡା, ସି.ପି.ଆର. ଦୁର୍ଘଟଣାରୁ ଆସୁ ଚିକିତ୍ସା, ପାଣି ପହଁରିବା ସମୟରେ ଦୁର୍ଘଟଣା, ବିଜୁଳି ଘଡ ଘଡି ଦୁର୍ଘଟଣାରୁ ସତର୍କତା, ନିଆଁରେ ପୋଡିବା ଜନିତ ଆଘାତରୁ ପ୍ରାଥମିକ ଚିକିତ୍ସା ଓ ଉପକାର କିପରି ପାଇପାରିବା ବିଷୟରେ ଗଣନାଥପୁର ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡ଼. ମଧୁଲିକା ସାହୁ ଓ ଚିତ୍ତରଞ୍ଜନ ଖୁଣ୍ଟିଆ, ଶ୍ରୀମତୀ ସରିତା ବାଗ, ଶ୍ରୀ ଜୟନ୍ତ କୁମାର ଦଣସେନ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଶିବିରକୁ ଗଣନାଥପୁର ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ମହାକୁଡ, ସହଶିକ୍ଷକ ଶାନ୍ତନୁ କୁମାର ପଟନାୟକ, ରାଜେଶ୍ଵରୀ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ବୃନ୍ଦମାନେ ସାହଯ୍ୟ ସହଯୋଗ କରିଥିଲେ । ଶେଷରେ ଏହି ଶିବିରର ଆୟୋଜନ ପାଇଁ ଗଣନାଥପୁର ଗ୍ରାମର ମୁଖ୍ୟ ଶିକ୍ଷାବିତ ନିଜେ ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଖୁସିବ୍ୟକ୍ତ କରି ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଶିବିରରେ ବିଶ୍ୱବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି ଶିବିରରେ ପ୍ରତୁଷ ବାଣୁଆ, ଯୁବେଦା ଖାତୁନ, ଅଭିଷେକ ନନ୍ଦ, ସରୋଜ ନିଆଲ, ଲୋପ ମୁଦ୍ରା ମିଶ୍ର ପ୍ରମୁଖ ସ୍ଵେଚ୍ଛାସେବୀ ଅଗ୍ରଣୀ ଭୂମିକା ନିଭାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ