କଳାହାଣ୍ଡି, ୦୬/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ‘ପ୍ରତିଭା’ ଦ୍ୱାରା ଆୟୋଜିତ ନୃତ୍ୟ ସଂଗମ-୨୦୨୩ ଅବସରରେ ବିଭିନ୍ନ ଯୁବ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଚୟନ କାର୍ଯ୍ୟ ଶେଷ ହୋଇଯାଇଛି । ‘ପ୍ରତିଭା ଯୁବ କଳାକାର ସମ୍ମାନ’ ପାଇବେ ଗୋଟିପୁଅ ନୃତ୍ୟ ଓ ଓଡିଶି ନୃତ୍ୟ ପାଇଁ ଚିତ୍ରସେନ୍ ସ୍ୱାଇଁ, ଭୁବନେଶ୍ୱର ଓ ବିଶିଷ୍ଟ ନୃତ୍ୟାଙ୍ଗନା ମନ୍ଦାକିନୀ ବାଣୁଆ, ଭବାନୀପାଟଣା, ‘ଭାନୁପ୍ରକାଶ ରଥ ଯୁବ ନାଟ୍ୟ ସମ୍ମାନ’ ପାଇଁ ଶୁଭମ୍ ମେହେର, ସମ୍ବଲପୁର, ‘ପ୍ରତିଭା ଯୁବ ଶିଳ୍ପୀ ସମ୍ମାନ’ ପାଇଁ ଦେବାଶିଷ ସିଂହ, ବଲାଙ୍ଗିରକୁ ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଡିସେମ୍ବର ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ହେବାକୁ ଥିବା ଏହି ଜାତୀୟ ନୃତ୍ୟ ଉତ୍ସବରେ ବିଭିନ୍ନ ରାଜ୍ୟର କଲାକାର ମାନେ ଭାଗନେବାର କାର୍ଯ୍ୟକ୍ରମ ରହିଛି । ତା ସହିତ ପାରମ୍ପରିକ ଲୋକକଳା ଓ ଆଦିବାସୀ କଳା ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ହେବାର ସ୍ଥିର କରାଯାଇଛି ।