Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦିନିଆ ବର୍ଷା: ଚାଷ କ୍ଷୟ କ୍ଷତିର ଶୀଘ୍ର ଭରଣ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ସମ୍ବଲପୁର:ଗତ ଦୁଇ ଦିନ ହେଲା ସମଗ୍ର ରାଜ୍ଯ ରେ ଲଘୁଚାପ ଜନିତ ବର୍ଷା ହେଉଛି । ଏଥିରୁ ଆମ ସମ୍ବଲପୁର ଜିଲ୍ଲା ମଧ୍ୟ ବର୍ତ୍ତି ନହିଁ । ଜିଲ୍ଲା ର ଚାଷୀ ମାନେ ଧାନ ଅମଳ କରିଥିବା ଓ କରୁଥିବା ସମୟ ରେ ହଠାତ୍ ଏହି ଅଦିନିଆ ବର୍ଷା ଚାଷୀ କୂଳ କୁ ବହୁ ମାତ୍ରା ରେ କ୍ଷତି ରେ ପକେଇଛି । ବହୁ ସଂଖ୍ୟକ ଚାଷୀ ଙ୍କ ଧାନ ଚାଷ ଜମି ରେ ପେଟା ପଡ଼ିଛି, ବହୁ ଚାଷୀ ଙ୍କର ଧାନ ବିଲ ପାଣି ରେ ବୁଡି ରହିଛି, କିଛି ଚାଷୀ ଙ୍କର ଧାନ ଖଲା ରେ ଓ ବାକି ଚାଷୀ ଙ୍କ ଧାନ ମଣ୍ଡି ରେ ଭିଜି ରହିଛି । ପ୍ରାୟ ପ୍ରାୟ ସମସ୍ତ ଧାନ ଏହି ଅଦିନିଆ ବର୍ଷା ର ପ୍ରଭାବ ରେ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଜିଲ୍ଲା ର ଚାଷୀକୁଳ ନାହିଁ ନଥିବା କ୍ଷତି ର ସମ୍ମୁଖୀନ ହେଲେଣି ।
ଏଣୁ, ଚାଷୀ ଙ୍କୁ କ୍ଷତି ରୁ ବଞ୍ଚେଇବା ପାଇଁ ଓ ଚାଷୀ କୂଳ ର ସାମଗ୍ରିକ ହିତ ରକ୍ଷା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ସମ୍ବଲପୁର ଜିଲ୍ଲାପାଳ ଙ୍କ ପାଖରେ ଦାବୀ ଉପସ୍ଥାପନ କରିଛି । ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ ଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ରେ ଆଲୋଚନା କରିଥିଲେ ।
ଯଥା ଶୀଘ୍ର ରାଜସ୍ବ ବିଭାଗ ଓ କୃଷି ବିଭାଗ ର ଅଧିକାରୀ କର୍ମଚାରୀ ଙ୍କୁ ନିୟୋଜିତ କରାଇ ଚାଷୀ ଓ ଧାନ ର କ୍ଷୟ କ୍ଷତି ର ଆକଳନ କରାଯାଉ, କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ଶୀଘ୍ର ଇନ୍’ପୁଟ ସବ୍’ସିଡି ପ୍ରଦାନ୍ କରାଯାଉ । ଚାଷୀ କୂଳ ଙ୍କୁ ଯଥା ଶୀଘ୍ର ପ୍ରଧାମନନ୍ତ୍ରୀ କୃଷକ ବୀମା ରେ ମିଳୁଥିବା ଲାଭ ପ୍ରଦାନ ପାଇଁ ସରକାରୀ ତନ୍ତ୍ର କୁ ସକ୍ରିୟ ଓ ତ୍ୱରାନ୍ୱିତ କରାଯାଉ, ଯେଉଁ ଚାଷୀ ମାନଙ୍କର ଟୋକନ୍ ବର୍ତ୍ତମାନ ଯାଏଁ ଆସି ନାହିଁ ଏବଂ ଯେଉଁ ମାନଙ୍କର ଧାନ ବିକ୍ରି କରିବାର ସମୟ ୧୫/୨୦ ଦିନ ପରେ ଅଛି ସେମାନଙ୍କ ଧାନ ଶୀଘ୍ର ବିକ୍ରି କରିବାର ସୁବ୍ୟବସ୍ଥା କରାଯାଉ ।
ଏଭଳି ଦାବୀ ଗୁଡ଼ିକର ଗୁରୁତ୍ବ କୁ ହୃଦୟଙ୍ଗମ କରି ସେଗୁଡିକର ଶିଘ୍ର ସମାଧାନ କରି ଜିଲ୍ଲା ର ଚାଷୀ କୂଳ କୁ ଆର୍ଥିକ ଓ ମାନସିକ କ୍ଷତି ରୁ ବଞ୍ଚେଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ନରେନ୍ଦ୍ର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ପ୍ରଧାନ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ପ୍ରଶାନ୍ତ ପଣ୍ଡା, ଅରୁଣ କୁମାର ଦାସ ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ