Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧାନ ଅମଳ ବେଳକୁ ବର୍ଷା,ପ୍ରଭାବିତ ହେଲେଣି ଚାଷୀକୁଳ

ସମ୍ବଲପୁର : ଚାଷୀ ଏମିତି ଅବସ୍ତାରେ ରହିଛନ୍ତି ଯେ ନା ଧାନ ଫସଲ ଘରକୁ ଆଣିପାରୁଛନ୍ତି ନା ବିଲ ରେ ଛାଡି ପାରୁଛନ୍ତି l ବାତ୍ୟା “ମିଗଜୋମ୍” ପ୍ରଭାବରେ ଚାଷୀ ନିରୁପାୟ ହେଲେଣି l
ଗତ ୫ ତାରିଖରୁ ଅଦିନିଆ ବର୍ଷା ଲାଗିରହିଛି lଏହା ଯୋଗୁ ନଷ୍ଟ ହୋଇଯାଇଛି ଚାଷୀର ସମସ୍ତ ପରିଶ୍ରମ l ଅମଳ ସମୟରେ ଅଦିନିଆ ବର୍ଷା ସବୁକିଛି ଉଜାଡି ଦେଇଛି l ବର୍ଷା ପାଣିରେ ବୁଡିରହି ଅମଳ ହୋଇଥିବା ଫସଳ ଗଜା ହୋଇଗଲାଣି l ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି l ଏହାରି ପ୍ରଭାବରେ ସମ୍ବଲପୁର ଜିଲ୍ଲା ମଧ୍ୟ ବାଦ୍ ପଡି ନାହିଁ l ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହଇଯାଇଛି lଏପରି ଦୃଶ୍ୟ ମାନେଶ୍ୱର ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି l ଧାନଗଛ ବିଳରେ ଶୋଇପଡ଼ିଥିବା ବେଳେ କଟା ହୋଇଥିବା ଧାନ ବର୍ଷାରେ ଭିଜି ଗଜା ହୋଇଯାଇଛି l