ବେଲଗୁଣ୍ଠା:୦୮-୧୨-୨୦୨୩, ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଂଚଳର ବିଭିର୍ଣ୍ଣଡ୍ରେନ ରେ ନିଷ୍କାସିତ ବ୍ୟବହୃତ ଧୂସରଜଳର ଦୀର୍ଘସ୍ଥାୟୀ ପରିଚାଳନା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଜ୍ଞାପିତ ଅଂଚଳ ପରିଷଦ ବେଲଗୁଣ୍ଠା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ı ଜାତୀୟ ସବୁଜ ବିଚାରାଳୟ ପକ୍ଷରୁ ସମସ୍ତ ସହରାଞ୍ଚଳରେ ପ୍ରାଥମିକତା ଭିତ୍ତିରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ନିର୍ଦ୍ଦେଶ ରହିଥିବା ବେଳେ ରାଜ୍ୟଗୃହ ଓ ନଗର ଉନ୍ନୟନ ବିଭାଗ ଏହାକୁ ଗୁରୁତ୍ୱ ଦେଇଛି ı ପରିଷଦର ନିର୍ବାହୀ ଅଧିକାରୀ ଏସ . ରାକେଶ କୁମାର ପାତ୍ର ଙ୍କ ସଂଯୋଜନାରେ ପରିଷଦର ସମସ୍ତ ପାରିଷଦ ଙ୍କ ସମେତ ,ମୁକ୍ତାଯୋଜନାର କର୍ମକର୍ତ୍ତା , କନିଷ୍ଠ ପରିମଳ ବିଶେଷଜ୍ଞ , ନଗର ମିଶନ ପରିଚାଳକ ଓ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ı ତାଲିମ ସହାୟକ ଭାବେ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରକଳ୍ପ ଯନ୍ତ୍ରୀ(TC), OWSSB , ଭୁବନେଶ୍ୱର ଯୋଗଦାନ କରିଥିଲେ I ମୁଖ୍ୟତଃ ନଗରବାସୀଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରି ସଫଳକ୍ଷେତ୍ରଗୁଡିକୁ ପରିଦର୍ଶନ କରାଇବା ଓ ୱାର୍ଡ ସ୍ତରରେ ପ୍ରାଥମିକ ତଥ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ସହଯୋଗ ଓ ସହଭାଗିତାରେ ଏହିକାର୍ଯ୍ୟ ସମ୍ପାଦନ କାରାଯିବା ନେଇ ଆଲୋଚନା କରାଯାଇଥିଲା I ମୁକ୍ତା ଯୋଜନା ରେ ଏହାକୁ ଅନ୍ତର୍ଭୁକ୍ତ କରି ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟକାରୀ କରିବା ପାଇଁ ବିଚାର କରାଯାଇଥିବା ପ୍ରକାଶ କରିଥିଲେ ı
ସହରାଞ୍ଚଳ ଧୂସରଜଳ ପରିଚାଳନା ସମ୍ବର୍ଦ୍ଧିୟ ପ୍ରଶିକ୍ଷଣ କାଯ୍ୟକ୍ରମ
