Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ

କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : ଆଜି ଭବାନୀପାଟଣା ଠାରେ ଜିଲ୍ଳାପାଳଙ୍କ ବାସଗୃହ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଜିଲ୍ଳା ସ୍ତରୀୟ ନିଯୁକ୍ତି ମେଳା ର ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ଅତିରକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି ସାଇଲେଷ୍ଟିଂ ଟିଗା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ମୁନସିପାଲିଟି ଭବାନୀପାଟଣା ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସମ୍ପର୍ଣା ରାଉତ, କ୍ଷେତ୍ରୀୟ ପରିବହନ ଅଧିକାରୀ କଳାହାଣ୍ଡି ଗତିକୃଷ୍ଣ ସାମନ୍ତରାୟ ଆଦି ଯୋଗ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ନିଯୁକ୍ତି ମେଳା କୁ ସୁଚାରୁ ରୂପେ ପାଳନ କରିବାପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ.। ଆସନ୍ତା ୧୫.୧୨.୨୦୨୩ ରେ ସ୍ଥାନୀୟ ଡି ଆଇ ଇ ଟି ପଡିଆ ରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳା ରେ ପିଇବା ପାଣି,ଶୌଚାଳୟ, ଟେ ଣ୍ଟ, ଦୁର୍ଗମ ଅଞ୍ଚଳରୁ ଆଶାୟୀ ପ୍ରାର୍ଥୀ ଙ୍କ ପରିବହନ,ପ୍ରାଥମିକ ଚିକିତ୍ସା, ପ୍ରଚାର ପ୍ରସାର ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପ୍ରତିଷ୍ଠିତ କମ୍ପାନୀ ଯୋଗ ଦେଉ ଥିବାରୁ, ଜିଲ୍ଲାପାଳ ନିଯୁକ୍ତି ଆଶାୟୀ ମାନଙ୍କୁ ଏହି ମେଳା ରେ ଅଧିକରୁ ଅଧିକ ସଂଖ୍ୟା ରେ ଯୋଗଦାନ କରି ନିଯୁକ୍ତିକ୍ଷମ ହେବା ପାଇଁ ଛାତ୍ର ଛାତ୍ରୀ ଓ ବେକାର ଯୁବକ,ଯୁବତୀ ମାନଙ୍କୁ ଅନୁରୋଧ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ