ଚିପିଲିମା,(ବୁର୍ଲା) ସରକାରଙ୍କ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୋଜନା ରେ ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସେମାନଙ୍କ ବୌଦ୍ଧିକ ବିକାଶ ଏବଂ ଅନ୍ତର୍ନିହିତ ଦକ୍ଷତାର ପରିସ୍ଫୁଟନ ନିମନ୍ତେ ସରକାରଙ୍କ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ଉଦଘାଟିତ ହୋଇଯାଇଛି | କାର୍ଯ୍ୟକ୍ରମ କୁ ଉଦଘାଟିତ କରିଥିବା ବେଳେ ପରେ ପରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା | ଶ୍ରୀ ପ୍ରଦୀପ ଡାଙ୍ଗ, ରେଜିଷ୍ଟ୍ରାର (ଭିଏସଏସୟୁଟି) ସ୍ୱାଗତ ଭାଷଣ ଦେଇଥିଲେ | ପ୍ରାବନ୍ଧିକ ଡ଼ ଦ୍ୱାରିକା ନାଥ ନାୟକ, କ୍ରୀଡ଼ାବିତ ଶ୍ରୀ ସୁନ୍ଦରମଣୀ ବାରିକ, ଡାକ୍ତର ଶଙ୍କର ରାମଚନ୍ଦନ (ଭିମସାର), ଶ୍ରୀ ଦେବାଶିଷ ନନ୍ଦ(ବୁର୍ଲା ଟାଉନ ବିଜେଡି ସଭାପତି), ଶ୍ରୀ ରୋହିତ ପୂଜାରୀ( ବିଧାୟକ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ), ଡ ତୃପ୍ତିରଂଜନ ମହାପାତ୍ର(ଉପ ସଭାପତି କଲ୍ଚରାଲ), ଡ ପଦ୍ମନାଭ ଦାସ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ଡ଼ ପ୍ରଫେସର ବଂଶୀଧର ମାଝୀ(କୁଳପତି ଭିଏସଏସୟୁଟି) ନିଜ ଉଦବୋଧନ ସହିତ ଉପସ୍ଥିତ ଅତିଥି ଙ୍କୁ ସମ୍ବର୍ଧନା କରିଥିଲେ | ଶେଷରେ ନୋଡାଲ ଅଫିସର ଡ଼ ସୌଭାଗ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |