Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଉ ସାଧୁଛି ଅଦିନିଆ ବର୍ଷା, ଚାଷୀ ମୁଣ୍ତ ରେ ଚଡ଼କ

କୁଚିଣ୍ଡା::ଅଦିନିଆ ବର୍ଷା ଯୋଗୁଁ ଚିନ୍ତା ରେ ଚାଷୀ,ତିନି ଦିନ ହେଲା କୋହଲା ପାଗ ସାଙ୍ଗକୁ ଗତ ରାତି ସାରା ଝିପି ଝିପି ବର୍ଷା ଚାଷୀ କୁଳ କୁ ଚିନ୍ତା ରେ ପକାଇଛି ।ପ୍ରକାଶ ଥାଉ କି ମିଗ୍ ଯୋମ ର ବର୍ଷା ପ୍ରଭାବ ପଶ୍ଚିମ ଓଡ଼ିଶା ର ସମ୍ବଲପୁର ଜିଲ୍ଲା କୁ ପଡ଼ିବ ବୋଲି ପାଣିପାଗ ବିଭାଗ ର କୌଣସି ସୂଚନା ନଥିବା ବେଳେ ଗତ ରାତି ର ବର୍ଷା ଚାଷୀ ଙ୍କ ବହୁ କ୍ଷୟ କ୍ଷତି କରିଥିବା ନଜର କୁ ଆସିଛି ।ଅନେକ ଚାଷୀ ଧାନ ଅମଳ କରି ଖଳା ରେ ପଲିଥିନ ଢାଙ୍କି ରଖିଥିବା ସତ୍ତ୍ବେ ବର୍ଷା ରେ ଭିଜି ଯାଇଥିବାରୁ ଧାନ ମଣ୍ଡି କୁ ବିକ୍ରି ପାଇଁ ନେଇପାରୁନଥିବା ସ୍ଥଳେ କେବେ ସୁଖିବ ଧାନ ଆଉ କେବେ ବିକିବେ ସେଇ ଚିନ୍ତା ରେ ଚାଷୀ କାହିଁକି ନା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଟୋକନ ଅବଧି ସମାପ୍ତ ପରେ ଚାଷୀ ଙ୍କୁ ଧାନ ବିକିବା ବ୍ୟବସ୍ଥା ଆଉ କିଛି ନାହିଁ,ଆଉ କେତେକ ସ୍ଥଳେ ଚାଷୀ ତାର କ୍ଷେତ ରୁ ମଧ୍ୟ ଧାନ ଆଣି ନାହିଁ ଯାହାକି ଏ ଅଦିନିଆ ବର୍ଷା ରେ ଭିଜି ଗଜା ହେବାର ସମ୍ଭାବନା ଦେଖା ଦେଇଛି ।ପାଣି ପାଗ ବିଭାଗ ର କୌଣସି ସୂଚନା ନଥିବା ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଜମନକିରା,କୁଚିଣ୍ଡା o ବାମରା ଅଞ୍ଚଳ ରେ ହୋଇଥିବା ଗତ ରାତି ର ବର୍ଷା ଚାଷୀ ର ମେରୁଦଣ୍ଡ ସମ୍ପୂର୍ଣ ଦୋହଲାଇ ଦେଇଥିବା କୁଚିଣ୍ଡା ଉପଖଣ୍ଡ କୃଷକ ସୁରକ୍ଷା ସଂଗଠନ ର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।ସରକାରଙ୍କ ରାଜସ୍ବ ବିଭାଗ ଓ କୃଷି ବିଭାଗ ଚାଷୀଙ୍କ କ୍ଷୟ କ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ