Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଲେ ସାହୁ ଆମ୍ବେଦକର ପାଠଶାଳା ଉଦଘାଟିତ , ଅତିଥି ଙ୍କ ଶିକ୍ଷା ଉପରେ ଗୁରୁତ୍ବ ଜୀବନର ସବୁ ସମସ୍ୟାର ସମାଧାନର ଅସ୍ତ୍ର ଶିକ୍ଷା

କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଠାରେ ଭୀମ ଆର୍ମୀ ଭାରତ ଏକତା ମିଶନ୍ ପକ୍ଷରୁ ଫୁଲେ ସାହୁ ଆମ୍ବେଦକର ପାଠଶାଳା ଡିସେମ୍ବର ୯ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଅତିଥି ମାନେ ମଣିଷର ବିକାଶ ଓ ଜୀବନରେ ପରିବର୍ତ୍ତନ ପାଇଁ ଶିକ୍ଷା ଅମୋଘ ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଏହି ପାଠଶାଳା ଉଦଘାଟନୀ ଉତ୍ସବରେ ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ରାଜ୍ୟ ଉପସଭାପତି ଆଶିଷ ରଂଜନ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଜେଲ୍ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବାଗ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଶାମୁକା ରାଣୀ କୁମାର, ସମାଜସେବୀ ଧରିତ୍ରୀ ବାଗ ଓ ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତଥାଗତ ବୁଦ୍ଧ ଙ୍କ ତ୍ରୀଶରଣ ଓ ବୁଦ୍ଧ ବନ୍ଦନା ପରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ୍ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଭୀମ ଆର୍ମୀ ଜୁନାଗଡ଼ ୟୁନିଟ ଦାୟିତ୍ୱରେ ଥିବା ଜୟଦେବ ଧଙ୍ଗଡାମାଝୀ ସତ୍ୟ ବାଗଙ୍କ ସମେତ ପ୍ରଦୀପ କୁମାର କର,ଧୀରଜ ଚଲାନ,ପୁନୀତ ଧଙ୍ଗଡାମାଝୀ,ସଞ୍ଜୀବ ମହାନନ୍ଦ, ତୁଷାର ଦୁର୍ଗା,କମଳେଶ ସୁନାନୀ,ସୁଜଳ ଦୁର୍ଗା,କହ୍ନେଇ ଚଲାନ, ବିକାଶ କର,ଗୋପୀ କିଷନ ନାଗ,ହିମେଶ୍ କର,ବିପିନ କର,କିରଣ କର,ତପୁ ଧଙ୍ଗଡାମାଝୀ,ଟୁକୁ କର ପ୍ରମୁଖ ସହଯୋଗ କରିଥିଲେ। ସେହିପରି ସମାଜସେବୀ ରାମ ନାରାୟଣ ପଣ୍ଡା,ୱ୍ଵାର୍ଡ ସଭ୍ୟ ଚନ୍ଦ୍ରଶେଖର କର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ପ୍ରଧାନୀ ବାଗ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ରାଜ୍ୟ ମହାସଚିବ ଜଗଜ୍ଜୀବନ କୁମାର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ