Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାବାଳକ କୁ ବନ ବିଭାଗ କର୍ମଚାରୀ ମାଡ ମାରିବା ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାଛାପର ଗ୍ରାମର ଜଣେ ନାବାଳକକୁ ବନାଞ୍ଚଳ କର୍ମଚାରୀ ମାଡ଼ ମାରିଥିବା ନେଇ ଉଲୁଣ୍ଡା ଥାନା ରେ ଅଭିଯୋଗ କରିଛନ୍ତି l ଏନେଇ ଗଞ୍ଜାଛାପର ଗ୍ରାମବାସୀ ଏବଂ ନାବାଳକ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି l ଅଭିଯୋଗ ଅନୁସାରେ ଗତ ୬ ତାରିଖ ଦିନ ଗଞ୍ଜlଛାପର ଗ୍ରାମକୁ ବନବିଭାଗ ସ୍କ୍ୱାର୍ଡ ଟିମ ଏକ ମାମଲାର ତଲାସି ପାଇଁ ଚଢଉ କରି ୨୫ କେଜି ବାରହା ମାଂସ ଜବତ କରିବା ସହ ସଂପୃକ୍ତ ବାପ ଓ ପୁଅକୁ ବନ ବିଭାଗ କୁ ଆଣି ପଚରାଉଚୁରା କରିଥିଲେ l ଜଣକୁ ଗିରଫ କରି ଜେଲ ପଠାଇ ଦେଇଥିଲେ ଓ ଆଉ ଜଣେ ନାବାଳକ ହୋଇଥିବା ରୁ ଛାଡି ଦେଇଥିଲେ l ମାତ୍ର ଜଣେ ବନବିଭାଗ କର୍ମଚାରୀ ବାଡ଼ିରେ ନିସ୍ତୁକ ମାଡ଼ ମାରିବା ସହ ଧମକ ଚମକ ଦେଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି l ଏପରିକି ୭ ତାରିଖ ଦିନ କୌଣସି ନିର୍ଯାତନା ଦିଆଯାଇନଥିବା ନେଇ ଏକ କାଗଜରେ ଦସ୍ତଖତ କରିନେଇ ନାବାଳକକୁ ପଂଚାୟତ ର ସରପଞ୍ଚ ଙ୍କ ମୁଚlଳିକା ରେ ଛାଡି ଥିଲେ I ତାଙ୍କ ବାପାଙ୍କୁ ଜେଲକୁ ପଠାଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି l ତେବେ ବନ କର୍ମଚାରୀଙ୍କ ମାଡ଼ରେ ନାବାଳକ ଦେହରେ ଆଘାତ ଲାଗିଥିବାରୁ ସଦର ଡାକ୍ତର ଖାନାରେ ଭର୍ତି ହୋଇଥିଲେ l ତେବେ ନାବାଳକ ଜଣକ ସୁସ୍ଥ ଅନୁଭବ କଲାପରେ ଗ୍ରାମବାସୀ ଏବଂ ନାବାଳକ ଥାନାର ଦ୍ୱାରସ୍ଥ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ସହ ଏତଲା ଦେଇଛନ୍ତି l ଅନ୍ୟ ପକ୍ଷେ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତ ଙ୍କ କହିବା ଅନୁସାରେ ବାରହା ମାଂସ ଶିକାର ଅଭିଯୋଗ ରେ ଅଧିକ ଲୋକ ସମ୍ପୃକ୍ତ ଥିବା କହିଥିବା ବେଳେ ଯେଉଁ ମାନେ ଅଭିଯୋଗ କରି ଆସିଥିଲେ ସେମାନେ ଆମ ଜଣେ ମହିଳା ଗାର୍ଡ ପ୍ରଜ୍ଞା ପରମିତା ଙ୍କୁ ଚକୁ ରେ ଆକ୍ରମଣ କରିବା ରୁ ଆହତ ହୋଇଛନ୍ତି l ଏ ନେଇ ଆମେ ମଧ୍ୟ୍ୟ ଥାନା ରେ ଅଭିଯୋଗ କରିଛୁ ବୋଲି କହିଥିଲେ l ବାରହା ମାଂସ ଶିକାର କରି ନାବାଳକ ର ବାପା ଜେଲ ଯିବା ପରେ ଆମ ନାମ ରେ ମିଥ୍ୟା କେଶ କରି ବର୍ତ୍ତିଯିବା ପାଇଁ ଚେଷ୍ଟା କରୁଛନ୍ତି l