Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତିଜମାଳି ସୁରକ୍ଷା ସମିତି ପକ୍ଷରୁ ସହିଦ ରେଣ୍ଡୋ ମାଝୀ ଦିବସ ପାଳିତ 

କଳାହାଣ୍ଡି, ୧୧/୧୨ (ଜଗନ୍ନାଥ ନାଏକ) : ତିଜମାଳି ସୁରକ୍ଷା ସମିତି ତରଫରୁ ଥୁଆମୂଳ ରାମପୁର ବ୍ଳକ ନାକରୁଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ନାଗାବଳୀ ନଦୀ କୂଳ ଠାରେ ରବିବାର ଦିନ ଧୁମ୍ ଧାମର ସହିତ ସହିଦ୍ ରେଣ୍ଡୁମାଝୀଙ୍କ ସହିଦ ଦିବସ ପାଳିତ ହୋଇଯାଇଛି ଏଥିରେ କାଶିପୁର ଓ ଥୁଆମୂଳ ରାମପୁର ଅଞ୍ଚଳ ର ପାଖାପାଖି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଣ୍ଡୁଆ ମାଳି ସ୍ଥାୟୀ ସୁରକ୍ଷା ସମିତି ର ଆବାହକ ବ୍ରିଟିଶ କୁମାର ନାଏକ କାର୍ତ୍ତିକ ମାଝୀ, ମିଥୁନ ନାଏକ, କାର୍ତ୍ତିକ ନାଏକ, ସନାତନ ପ୍ରଧାନ, ରାଜକିଶୋର ସୁନାନୀ, ଶାନ୍ତିମଣି ମାଝୀ, ହୀନ୍ଦା ମାଝୀ, ଉଲାଙ୍ଗଦେଇ ମାଝୀ, କୁନି ମାଝୀ, ପଟାଙ୍ଗ ଦେଇ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ସଭାପରିଚାଳନା କାନ୍ତିଲାଲ ନାଏକ, ବୁଦାରା ମାଝୀ କରି ଶାନ୍ତି ଶୃଙ୍ଖଳା ରେ ସଭା ସାଙ୍ଗ କରି ଥିଲେ l