Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବେହେରା ଜିଏମ୍ ପବ୍ଲିକ ସ୍କୁଲ ଠାରେ କୁନି ବିଜ୍ଞାନ ମେଳା(ମୁଁ ବି ହେବି କୁନି ବୈଜ୍ଞାନିକ)

କୋକସରା:୧୨/୧୨ ଧର୍ମଗଡ଼ ବ୍ଲକ ବେହେରା ଜିଏମ୍ ପବ୍ଲିକ ସ୍କୁଲ ଠାରେ କୁନି ବିଜ୍ଞାନ ମେଳା ଆୟୋଜିତ ହେଇଯାଇଛି। ବିଦ୍ଯାଳୟର ଅଧ୍ଯକ୍ଷ ସଜୀବ ଅପ୍ପୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ଯ ଅତିଥି ଭାବରେ ବିଦ୍ୟାଳୟ ପ୍ରତିଷ୍ଠାତା ତୁଲସୀରାମ ଅଗ୍ରୱାଲ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ଲଡୁଗାଁ ଭେଙ୍କଟେଶ୍ୱର ପବ୍ଲିକ ସ୍କୁଲ ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଠାକୁର, ପର୍ଲା ଅନନ୍ତ ପ୍ରସାଦ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ତେଜେଶ୍ବର ସାହୁ, କନ୍ୟାଶ୍ରମ ଜୟନ୍ତପୁର ମେଟ୍ରନ ପୂର୍ଣ୍ଣମାସୀ ଥାପା, ବେହେରା ସିଆରସିସି ମାର୍କଣ୍ଡେୟ ନାଗ, ଧର୍ମଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ୍ବର ନାଏକ ପ୍ରମୂଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ଶିକ୍ଷକ ରୂପେନ୍ଦ୍ର ସୁନାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ତୁଲାରାମ ଗୋପାଳ ଧନ୍ଯବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ୨୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ମେଳା ରେ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ତେଜେଶ୍ବର ସାହୁ ଓ ସଂଜୀବ ପାଢ଼ୀ ଦାୟିତ୍ବ ତୁଲାଇଥିବା ବେଳେ ଇନ୍ଦ୍ରଜିତ ନାଏକ, ମଙ୍ଗଳୁ ପୂଝାରୀ, ବିପିନ ଘଉଦ, ନବୀନ ରଣା, ପ୍ରମୋଦ ଖମାରୀ, ମିନିକେତନ ବୋଡକିଆ, ସଂଗୀତା ବିଶି, ପ୍ରତିକ୍ଷା ମେହେର, ଯସ୍ମିତା ସାଗର, ପ୍ରେମ ମଞ୍ଜୁଳା ନାଏକ, ଉମେଶ ନିଏଲ, ମୁନା ଗୋପାଳ, କୁସୁମା ପାଣିଗ୍ରାହୀ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।