Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇସ୍କୁଲ ରେ ଡ୍ରଗ୍ସ ଅପବ୍ୟବହାର ନିଷେଧ ସଚେତନତା କାର୍ଯ୍ୟକ୍ରମ

ଲକ୍ଷ୍ମୀପୂର ୧୨.୧୨ ….ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଡ୍ରଗ୍ସ ଅପବ୍ୟବହାର ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଯୋଗ ଦେଇ ପ୍ରଥମେ ଶ୍ରୀ ଜଗନ୍ନାଥ ପ୍ରତି ମୂର୍ତ୍ତୀ ରେ ମାଲ୍ୟାର୍ପଣ ଓ ପୂଜା ପରେ ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ ନବ କିଶୋର କୁଣ୍ଡୁ, ତହସିଲଦାର ନିର୍ମଳ କୁମାର ନାୟକ, ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ମନୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ଏ ବି ଇ ଓ ବିଭୂତି ଭୂଷଣ ଟାକ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ଆବାହକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅନନ୍ତ କୁମାର ଦଳପତି ଏହି କାର୍ଯ୍ୟ କ୍ରମ ବିବରଣୀ ପ୍ରଦାନ କରିବା ପରେ ଡ.କୁଣ୍ଡୁ ଡ୍ରଗ୍ସ ସେବନ ଦ୍ଵାରା ବିଭିନ୍ନ ରୋଗର ଶିକାର,ଧନ ଜୀବନ ହାନି, ତହସିଲଦାର ଶ୍ରୀ ନାୟକ ଗଞ୍ଜା ଚାଷ ନିଷେଧ,ଅବକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ବିଭିନ୍ନ ଆଇନ କାନୁନ, ଥାନାଧିକାରୀ ଶ୍ରୀମତୀ ସାହୁ ବିଭିନ୍ନ ଦଣ୍ଡ ବିଧାନ,ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ସଚେତନତା ଉପରେ ଆଲୋଚନା କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଡ୍ରଗ୍ସ ଅପବ୍ୟବହାର ନିଷେଧ ସଚେତନତା ଉପରେ ଏକ ଶପଥ ପାଠ କରାଗଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ