Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବିଧାୟକ ଙ୍କ ଦ୍ଵାରା ହରିହର ଜୋର ଉପରେ ମାଣିକ ପୁର -ପଥର ଘାଟ ନୂତନ ପୋଲ ର ଭିତ୍ତି ପ୍ରସ୍ତର ସ୍ଥାପନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗ୍ରାମପଞ୍ଚାୟତ ପଥରଘାଟ ଏବଂ ମୂଶୁଣ୍ଢୀ ଗ୍ରାମପଞ୍ଚାୟତ ମାଣିକପୁର ଠାରେ ହରିହର ଜୋର ବ୍ରିଜ଼ କୁ ଆଜି ପୂର୍ବତନ ମନ୍ତ୍ରୀ, ମାନ୍ୟବର ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ଦ୍ୱାରା ଭିତ୍ତିପସ୍ତର ସ୍ଥାପନ ହୋଇଯାଇଛି l ନୂତନ ଶିଳାନ୍ୟାସ ହୋଇଥିବା ବ୍ରିଜ ନିର୍ମାଣ ପାଇଁ ୮ କୋଟି ୮0ଲକ୍ଷ ଟଙ୍କା ର ବ୍ୟୟ ଅଟକଳ ଥିବାବେଳେ ସଂଯୋଗ କରୁଥିବା ରାସ୍ତା ପାଇଁ ୧ କୋଟି ୫0ଲକ୍ଷ ଟଙ୍କା ରହିଛି l ଏଥି ସହିତ କର୍ଡlପାଳ – ବାରାଝୁଲା ରାସ୍ତା ର ମଧ୍ୟ ଶୁଭାରମ୍ଭ କରିଥିଲେ l ମଙ୍ଗଳବାର ଏହି ଶିଳାନ୍ୟାସ ଉତ୍ସବ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ଜିଲ୍ଲାପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ଵୟମ୍ଭୁନାଥ ଖଣ୍ଡଗିରି , ରଂଜିତ କୁମାର ରଥ , ବିଜେଡି ଜିଲ୍ଲା ଉପସଭାପତି କିଶୋର ହୋତା , ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର , ମୂରଶୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ , ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ଖଣ୍ଡହଥା ସରପଞ୍ଚ ଜୟଶ୍ରୀ ଦେହୁରୀ , କେନଝିରିଆପାଲି ସରପଞ୍ଚ ସସ୍ମିତା ଦୀପ , ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ , ଓକିଲ ଶ୍ରୀନିବାସ ଚାନ୍ଦ , ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଉଦଘାଟନୀ ସମାରୋହ ରେ ମଂଚାସୀନ ଥିଲେ l ସେହିପରି ଉକ୍ତ ସମାରୋହ ରେ ପୂର୍ତ୍ତ ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଦାମୋଦର କୈବର୍ତ୍ତ , ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚାନନ ଧାଵାଳିଆ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ପୋଲ ନିର୍ମାଣ ହେଲେ, ମୂରଶୁଣ୍ଢୀ , କେନଝିରିଆପାଲି , ଲୁତୁରପଙ୍କ , ବହଲପଦର , ଦୁର୍ଜନତୈଲା ପ୍ରଭୁତି ଗ୍ରାମପଂଚାୟତ ର ହଜାର, ହଜାର ଜନସାଧାରଣ ଉପକୃତ ହେବେ l ଉକ୍ତ ବ୍ରିଜ଼ କୁ ମିଶାଇ ହରିହର ଜୋର ଉପରେ ୯ ଗୋଟି ପୋଲ ନିର୍ମାଣ ହୋଇଥିବା ଜଣାଯାଇଛି l