ଶ୍ରାବଣ ଶେଷ ସୋମବାର ପବିତ୍ର ଶ୍ରୀ ପାତାଳୀ କ୍ଷେତ୍ର ରେ ଭକ୍ତ ଙ୍କ ବହୁତ ଗହଳି
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଭକ୍ତିର ମହିମା ଭକ୍ତ ଓ ଭଗବାନଙ୍କ ଲୀଳା ସତରେ ଅଜବ ଧରଣର।
ସେ ଯେଉଁଠି ଚାହାନ୍ତି, ସେଇଠି ଦେବାଳୟ ଗଢ଼ିଉଠେ; ସେ ଯେଉଁଠି ବିରାଜମାନ ହୁଅନ୍ତି, ସେଇଠି ଭକ୍ତିର ଧାରା ବୋହିଯାଏ।
ଆଜି ଝିପିଝିପି ବର୍ଷା ଲଗାତାର ଲାଗି ରହିଥିଲେ ମଧ୍ୟ ପାତାଳି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସତେ ଯେମିତି ସମୁଦ୍ରର ଲହଡ଼ି ପରି ଭକ୍ତଙ୍କ ଭିଡ଼ ଆସି ମନ୍ଦିର ପରିସରକୁ ଭରି ଦେଇଥିଲା।
ଏହା ହିଁ ତ ପ୍ରଭୁଙ୍କ ମହିମା!
ଏଠାରେ ତର୍କ ନୁହେଁ, ପ୍ରମାଣ ନୁହେଁ—ବିଶ୍ୱାସ ଓ ଭକ୍ତି ହିଁ ସବୁଠାରୁ ବଡ଼ ଶକ୍ତି।
ବର୍ଷାକୁ ଖାତିର ନକରି ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଧାଇ ଆସିଥିଲେ ପ୍ରଭୁଙ୍କ ଦର୍ଶନ ପାଇଁ।
ଭକ୍ତିର ଟାଣ ଯେଉଁଠି ଥାଏ, ବାଟର ଦୂରତା ସେଠି ହାର ମାନିଯାଏ । କାହିଁ କେତେ ଦୂର ଦୁରାନ୍ତରୁ ଭକ୍ତ ତଥା ଶ୍ରଦ୍ଧାଳୁ ଧାଇଁ ଆସିଥିଲେ , ପବିତ୍ର କ୍ଷେତ୍ର କୁ
ଜୟ ପ୍ରଭୁ , ହରିବୋଲ, ହୁଳହୁଳି ରେ ମୁଖରିତ ହେଲା ପବିତ୍ର ସେଇ ପାତାଳୀ ଶ୍ରୀକ୍ଷେତ୍ର

