Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲାଏ ହାଇସ୍କୁଲ ଛାତ୍ର ଙ୍କ ଜ୍ଞାନ ଆହରଣ ପରିଦର୍ଶନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ ର ୩୪ ଜଣ ଛାତ୍ର ଜ୍ଞାନ କୌଶଳ ଆହରଣ ନିମନ୍ତେ ବୀରମହାରାଜପୁର ସବଡିଭିଜନ ସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ବିରମହାରାଜପୁର SDJM କୋର୍ଟ , ବିରମହାରାଜପୁର ଷ୍ଟେଟ ବ୍ୟାଙ୍କ , ଶିଳ୍ପ ତାଲିମ କେନ୍ଦ୍ର ଆଦି ପରିଦର୍ଶନ କରି କାର୍ଯ୍ୟଳୟ ର ନୀତି ନିୟମ ସମ୍ପର୍କରେ ଅବଗତି ହେବା ସହ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଅଞ୍ଚଳର ଐତିହାସିକ ପିଠ ଗୋଧନେଶ୍ୱର ଶିବ ମନ୍ଦିର , ହନୁମାନବାଟୀକା , ଶନିମନ୍ଦିର , ଦୁର୍ଗା ମନ୍ଦିର ଓ ଚମ୍ପେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମ କୁ ଏଡ଼ଭୋକେଟ ତଥା ଯୁବ ସମାଜସେବୀ ଇଂ. ଆଶ୍ରୟ ମହାନନ୍ଦ ପ୍ରଶଂସା ଓ ସହଯୋଗ କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ଜୀବନର ପ୍ରତି କ୍ଷେତ୍ର ରେ ସଫଳ ହେବା ପାଇଁ ଉତ୍ସାହିତ କରିଥିଲେ । ପରିଭ୍ରମଣ ଟି ବରିଷ୍ଠ ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢ଼ୀ , ମୋ ସ୍କୁଲ ଅଭିଯାନ ସଭାପତି ନଳିନୀ କାନ୍ତ ବାଘ , ଶିକ୍ଷକ ଜ୍ଞାନପ୍ରକାଶ ଟପ୍ନ ଓ ସାନ ଡାଙ୍ଗ ପରିଚାଳନା କରିଥିଲେ।