Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଚାରଧୀନ ଶିକ୍ଷକ ଙ୍କ ମୃତ୍ୟୁ…ଅସୁସ୍ଥତା ଯୋଗୁଁ ଜୟପୁର ଜେଲ ରୁ ବ୍ରହ୍ମପୁର କୁ ନିଆଯାଉଥିଲା..ଲକ୍ଷ୍ମୀପୁର ତୋୟାପୁଟ ନିକଟରେ ହେଲା ମୃତ୍ୟୁ….ପରିବାର ଲୋକେ ଆଣିଲେ ମାଡ ମାରିଥିବା ଅଭିଯୋଗ

ଲକ୍ଷ୍ମୀପୁର ୧୪.୧୨..କୋରାପୁଟ ଜିଲ୍ଲା ଜୟପୁର ଜେଲ ରେ ଜଣେ ବିଚାରଧୀନ  କଏଦି ଭାବରେ ଗତ କିଛି ମାସ ହେଲା ଜେଲ ରେ ରହୁଥିବା ରସିକିଆ ଶିକ୍ଷକ ସୁବ୍ରତ ତୁଷାର ରଞ୍ଜନ ଙ୍କ ର ମୃତ୍ୟୁ ହୋଇଛି। ତୁଷାର ଙ୍କ ଦେହ ଅସୁସ୍ଥ ହେବା କାରଣରୁ ଜୟପୁର ରୁ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜକୁ ପ୍ରଥମେ ନିଆଯିବା ପରେ ଗୁରୁତ୍ୱର ହେବାରୁ ବ୍ରହ୍ମପୁର
ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଉଥିଲା। ସ୍ଥାନାନ୍ତର ସମୟରେ ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ନିକଟରେ ବିଚାରଧୀନ ଶିକ୍ଷକ ଙ୍କ ମୃତ୍ୟୁ ହୋଇଛି।
ମୃତ ତୁଷାର ଙ୍କ ଘର ଯାଜପୁର ଜିଲ୍ଲା ର ରତ୍ନଗିରି ଗାଁ ହୋଇଥିବା ବେଳେ ସେ କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ଚମ୍ପାପଦର ସ୍କୁଲ ରେ ଶିକ୍ଷକତା କରୁଥିଲେ। ଚମ୍ପା ପଦର ସ୍କୁଲ ରେ ଶିକ୍ଷକତା କରୁଥିବା ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସହ ପ୍ରେମ ସମ୍ପର୍କ ପରେ ଛାତ୍ରୀ ଙ୍କ ଅଭିଯୋଗ କୁ ଆଧାର କରି ଦୁଷ୍କର୍ମ ମାମଲା ରେ ସେ ଜେଲ ରେ ରହୁଥିଲେ।
ଶିକ୍ଷକ ଙ୍କ ଶବ ଲକ୍ଷ୍ମୀପୁର ଡାକ୍ତର ଖାନା ରୁ କୋରାପୁଟ ବ୍ୟବଛେଦ ପାଇଁ ନିଆଯାଇଥିଲା। କୋରାପୁଟ ରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।
ଜେଲ ଯିବା ସମୟରେ ଶିକ୍ଷକ ଙ୍କୁ ମାକଡିଅଟାଳ ସ୍କୁଲ କୁ ଡେପୁଟେସନ ରେ ଥିଲେ ବୋଲି ଜଣାପଡିଛି।ତାଙ୍କର ପତ୍ନୀ ସହ ଗୋଟିଏ ଝିଅ ଥିବା ଜଣାପଡିଛି। ଖବର ପାଇ ସମ୍ପର୍କୀୟ ଲକ୍ଷ୍ମୀପୁର ଡାକ୍ତରଖାନା ରେ ପହଂଚିଥିଲେ, ପରିବାର ଲୋକେ ଅଭିଯୋଗ କରିଛନ୍ତି କି ଜେଲ ରେ ମାଡ଼ ମରାଯାଇଛି, ସେ ସୁସ୍ଥ ଥିଲା ହଟାତ କେମିତି ଛାତି ଯନ୍ତ୍ରଣା ବାହାରିପଡିଲା, ତଦନ୍ତ କଲେ ପ୍ରକୃତ ମୃତ୍ୟୁ ର ରହସ୍ୟ ଜଣାପଡିବ ବୋଲି କହିଥିଲେ। ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ, କାକିରିଗୁମା ଆଇଆଇସି ପ୍ରମିଳା ବିଡ଼ିକା ଓ ତହସିଲଦାର ମାଜି ଷ୍ଟ୍ରେଟ ଦାୟିତ୍ୱ ରେ ଥିବା ମାଧବ ଭତ୍ରା ଉପସ୍ଥିତ ରହି ଡାକ୍ତରଖାନା ରେ ଦେଖିବା ପରେ ଶବ କୁ କୋରାପୁଟ ନିଆଯାଇଥିଲା। ଡାକ୍ତରଖାନା ର ଶବଗୃହ ପାଖରେ ମୃତ ଶିକ୍ଷକ ଙ୍କ ଭାଇ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଥିଲା.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ