Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇ ଇଣ୍ଡିିଆନ୍ସରେ ରୋହିତ ଶର୍ମାଙ୍କ ଯୁଗର ଅନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିିଆନ୍ସରେ ରୋହିତ ଶର୍ମାଙ୍କ ଯୁଗର ଅନ୍ତ ଘଟିଛି। ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଗାମୀ ସଂସ୍କରଣ ପାଇଁ ଅଧିନାୟକ ନିଯୁକ୍ତ କରିଛି। ରୋହିତ ଶର୍ମା ଗତ ୧୦ ବର୍ଷ ଧରି ଦଳର ନେତୃତ୍ଵ ଭାର ସମ୍ଭାଳି ଆସୁଥିଲେ। ମାତ୍ର ଏଥର ମୁମ୍ବାଇ ଇଣ୍ଡିିଆନ୍ସ ଆଗାମୀ ସିଜିନ ପୂର୍ବରୁ ବଡ଼ ଡିଲ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ୍ କରିବା ସହ ଗତକାଲି ଅଧିନାୟକ ଘୋଷଣା କରିଛି।

ମୁମ୍ବାଇ ଇଣ୍ଡିିଆନ୍ସ ଜାରି କରିଥିବା ପ୍ରେସ୍ ବିବୃତିରେ କହିଛି ଯେ, ନେତୃତ୍ଵ ପରିବର୍ତ୍ତନ ଭବିଷ୍ୟତ ଯୋଜନାର ଏକ ଅଂଶ। ଫ୍ରାଞ୍ଜାଇଜ ରୋହିତଙ୍କୁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଧନ୍ୟବାଦ ଜଣାଉଛି। ହାର୍ଦ୍ଦିକଙ୍କ ନିଯୁକ୍ତି ଉପରେ ମୁମ୍ବାଇ ଇଣ୍ଡିିଆନ୍ସର ହେଡ୍ କୋଚ୍ ମହେଲା ଜୟବର୍ଦ୍ଧନେ କହିଛନ୍ତି, ଭବିଷ୍ୟତର ଯୋଜନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇକୁ ସଚିନଙ୍କଠୁ ନେଇ ହରଭଜନ ସିଂ ଏବଂ ରିକି ପଣ୍ଟିଂଙ୍କଠୁ ନେଇ ରୋହିତଙ୍କ ପର୍ଯ୍ୟନ୍ତ ସର୍ବଦା ଅସାଧାରଣ ନେତୃତ୍ଵଙ୍କ ସମର୍ଥନ ମିଳିଛି। ଏହି ସମସ୍ତେ ସଫଳତାରେ ଯୋଗଦାନ ଦେବା ସହିତ ଭବିଷ୍ୟତ ପାଇଁ ଦଳକୁ ମଜବୁତ କରିବା ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି।

ଜୟବର୍ଦ୍ଧନେ କହିଛନ୍ତି, ଏହା ଦଳର ଚିନ୍ତାଧାରାକୁ ଆଗକୁ ବଢାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ୨୦୨୪ ସଂସ୍କରଣରେ ମୁମ୍ବାଇ ଇଣ୍ଡିିଆନ୍ସର ନେତୃତ୍ଵ ନେବେ। ମୁମ୍ବାଇ ଗୁଜରାଟ ଟାଇଟନ୍ସ ସହ ଆଇପିଏଲ୍ ୨୦୨୪ର ନିଲାମ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ ଟ୍ରେଡ୍ କରିଛି। ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ଯେ, ବୋଧହୁଏ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଗାମୀ ସିଜିନ ପାଇଁ ଦଳର ଅଧିନାୟକ ନିଯୁକ୍ତ କରାଯିବ।

ଶ୍ରୀଲଙ୍କାର ଏହି ପୂର୍ବତନ ଅଧିନାୟକ କହିଛନ୍ତି, ଆମେ ରୋହିତ ଶର୍ମାଙ୍କ ଅସାଧାରଣ ନେତୃତ୍ଵ ପାଇଁ ତାଙ୍କୁ କୃତଜ୍ଞତା ଜଣାଉଛୁ। ୨୦୧୩ରୁ ମୁମ୍ବାଇ ଇଣ୍ଡିିଆନ୍ସର ଅଧିନାୟକ ଭାବେ ତାଙ୍କର କାର୍ଯ୍ୟକାଳ ବହୁତ ସଫଳ ରହିଛି। ତାଙ୍କ ନେତୃତ୍ଵରେ କେବଳ ଦଳକୁ ଅଦ୍ଵିତୀୟ ସଫଳତା ମିଳିନାହିଁ ବରଂ ନିଜକୁ ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଅଧିନାୟକ କରି ପାରିଛି। ତାଙ୍କ ମାର୍ଗଦର୍ଶନରେ ମୁମ୍ବାଇ ଇଣ୍ଡିିଆନ୍ସ ଏ ପର୍ଯ୍ୟନ୍ତ ସବୁଠୁ ସଫଳ ଓ ପସନ୍ଦର ଦଳ ମଧ୍ୟରୁ ଗୋଟିଏ ହୋଇ ପାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ