Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନ୍ମଦିନରେ ରକ୍ତଦାନ ଶିବିର ପୁର୍ବତନ ଶ୍ରମମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ

ବରପାଲି:ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଳକ ର ମହଦା ଗ୍ରାମ ରେ ବିଜୁ ଯୁବ ଜନତା ଦଳ ବରପାଲି ବ୍ଳକ ଉପ-ସଭାପତି ତଥା ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ବିରୋସନ ସାହୁଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ, ମହଦା ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ ଶିବିରକୁ ଉଦଘାଟନ କରିଥିବା ବେଳେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ,ମହଦା ଗ୍ରାମ ପଞ୍ଚାୟତ ସରପଞ୍ଚ ତପସ୍ୱୀନୀ ସାହୁ,ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୈାରହରି ମିଶ୍ର,ବିଜୁ ଯୁବ ଜନତା ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଆଗଲପୁର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅନନ୍ତ ସେଠ ବିଜୁ ଜନତା ଦଳ ବରିଷ୍ଠ ନେତା ଲାଲ ବିକ୍ରମ ସିଂଦେଓ,ବିଜୁକୃଷକ ଜନତା ବ୍ଳକ ସଭାପତି ତରଣୀ ଦେବତା,ବିଜୁ ଛାତ୍ର ଜନତା ବ୍ଳକ ସଭାପତି ଅକ୍ଷୟ ଗଡତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପଚାଂୟତ ସରପଞ୍ଚ ପ୍ରତିନିଧି ମାନଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଓ ଯୁବକ ମାନେ ସାମିଲ ହୋଇ ରକ୍ତଦାତା ମା ଏବଂ କାର୍ଯ୍ୟକର୍ତା ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।