Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଂସଦରେ ରେକର୍ଡ୍,୧୯୮୯ ପରେ ଗୋଟିଏ ଦିନରେ ନିଲମ୍ବିତ ହେଲେ ସର୍ବାଧିକ ସାଂସଦ !

ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ପଡ଼ିଛି ମହଙ୍ଗା । ସଂସଦରେ ହୋହଲ୍ଲା କରିଥିବା ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ସାଂସଦ ସସପେଣ୍ଡରେ ସେଂଚୁରୀ ପାର। ସଂସଦରେ ନିଲମ୍ବିତ ବିରୋଧୀ ସାଂସଦଙ୍କ ସଂଖ୍ୟା ଶହେ ପାର କରିଛି । ମଙ୍ଗଳବାର ଆଉ ୪୯ ସାଂସଦ ନିଲମ୍ବିତ ହୋଇଛନ୍ତି । ସୋମବାର ସୁଦ୍ଧା ମୋଟ ୯୨ ସାଂସଦ ସସପେଣ୍ଡ ହୋଇଥିଲେ। ଆଜିର ନିଲମ୍ବିତ ସାଂସଦଙ୍କୁ ମିଶାଇ ମୋଟ ବିରୋଧୀଙ୍କ ୧୪୧ ସାଂସଦ ସସପେଣ୍ଡ ହୋଇସାରିଲେଣି। ୧୯୮୯ ମସିହାରେ ଗୋଟିଏ ଦିନରେ ୬୩ ଜଣ ସାଂସଦ ସସପେଣ୍ଡ ହୋଇଥିବାବେଳେ ସୋମବାର ଉଭୟ ଗୃହର ୯୨ ଜଣ ସାଂସଦ ନିଲମ୍ବନ ହୋଇଛନ୍ତି । ଯାହାକି ଏବେ ରେକର୍ଡ କରିଛି । ୩୪ ବର୍ଷର ରେକର୍ଡର ପୁନରାବୃର୍ତ୍ତି ହେବାକୁ ଯାଉଛି । ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା । ସେପଟେ ମନମୋହନ ସିଂଙ୍କ ସରକାର ସମୟରେ ମଧ୍ୟ ବହୁ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ଏବେ ସାଂସଦଙ୍କୁ ନିଲମ୍ବନ କରିବାର ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି ଏବେ ମଧ୍ୟ ବିରୋଧୀ ସାଂସଦମାନେ ନାରାବାଜି ଜାରି ରଖିଥିବାବେଳେ ଆଗାମୀ ଦିନରେ ଆହୁରି ସସପେଣ୍ଡ ହେବାର ଆଶାଙ୍କା ରହିଛି ।