Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରକାରୀ ବାଳକ ହାଇସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ହୋଇଥିବା ଉକ୍ତ କ୍ରୀଡ଼ା କୁ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଉଦଘାଟନ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବ ରେ ୧୦୦ମିଟର , ୨୦୦ମିଟର , ୮୦୦ମିଟର ଦୌଡ , ସର୍ଟ ଫୁଟ ଥ୍ରୋ , ଡିସକସ୍ ଥ୍ରୋ , ଲମ୍ବ ଡିଆଁ , ଉଚ୍ଚ ଡିଆଁ , ଜେଭେଲିନ ଥ୍ରୋ , କୌତୁକ ପୋଷାକ , ସାଇକେଲ ରେସ ଆଦି ପ୍ରତିଯୋଗିତା ହୋଇଥିଲା । ଖେଳ ଶିକ୍ଷକ କିଶୋର ଡ଼ାଙ୍ଗ ଙ୍କ ସମେତ ସତ୍ୟନାରାୟଣ ସାହୁ , ପଞ୍ଚାନନ ମେହେର ଓ ଗରିବ ଦଣ୍ଡସେନା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅବସରପ୍ରାପ୍ତ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ନିରୀକ୍ଷକ ଦୁର୍ଯୋଧନ ରାଉତ ମୁଖ୍ୟ ବକ୍ତା ଏବଂ ଖବରଦାତା ପୀତାମ୍ବର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ବାର୍ତ୍ତା ପ୍ରଦାନ କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ର ମାନଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲ। କ୍ରୀଡ଼ା ଯେ କେବଳ ଶରୀର ପାଇଁ ଉପଯୋଗୀ ତାହା ନୁହେଁ ଏବେ କ୍ରୀଡ଼ା କୁ କ୍ୟାରିଅର ଭାବେ ମଧ୍ୟ ଗ୍ରହଣ କରି ସଫଳତା ମିଳୁଛି। କ୍ରୀଡା ସଫଳତାର ସୁତ୍ର ବତାଇ ଥାଏ । ଏଣୁ ବିଭିନ୍ନ କ୍ରୀଡା ରେ ରୁଚି ରଖିଥିବା ପିଲା ସଫଳତା ପାଇଁ ପ୍ରୟାସ କରନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମସ୍ତ କୃତି ପ୍ରତିଯୋଗିଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା । ଉକ୍ତ କ୍ରୀଡ଼ାରେ ସ୍କୁଲ ର୧୬୫ ଛାତ୍ର ଅଂଶଗ୍ରହଣ କରିଥିଲେ । ଶିକ୍ଷୟୀତ୍ରି ଜ୍ୟୋତି ବେହେରା ଓ ସୂର୍ଯ୍ୟକାନ୍ତି ବରିହା ପୁରସ୍କାର ବିତରଣି ରେ ସହଯୋଗ କରିଥିଲେ। ଶିକ୍ଷକ ବୈକୁଣ୍ଠ ନାୟକ କ୍ରୀଡ଼ା ବିବରଣୀ ପଠନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦୟାସାଗର କଲତା , ଅଶୋକ କୁମାର କର , ସଦାନନ୍ଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।