Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡଭଗାରୁ ପୁଣି ନବଜାତ ଶିଶୁକନ୍ୟା ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରୁ ଅସୁରକ୍ଷିତ ନଳକୂପ ମଧ୍ୟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ଭଳି ଛାତିଥରା ଘଟଣା ମନରୁ ଲିଭି ନଥିବା ବେଳେ ଆଜି ପୁଣି ଅଲୋଡା ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ସବୁରି ମନକୁ ଦୋହଲାଇ ଦେଇଛି।ବରଗଡ଼ ଜିଲ୍ଲାରେ ପୁଣି ଏଭଳି ନଜରକୁ ଆସିଛି।ଗୋଡ଼ଭଗା ସ୍ଥିତ ଶିବ ମନ୍ଦିର ପାହାଚରୁ ଉଦ୍ଧାର କଲେ ପୂଜକ। ବୃଷବଙ୍କ ନିକଟ ପାହାଚରେ ଶିଶୁ କ୍ରନ୍ଦନ ଶୁଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।ପ୍ରସବ ପରେ କେହି ନବଜାତ ଶିଶୁକନ୍ୟାକୁ ଛାଡ଼ି ପଳାଇଥିବା ସୂଚନା ମିଳିଥିଲେବି କିଏ ଓ କାହିଁକି ଏପରି ଅବସ୍ଥାରେ ଛାଡ଼ି ପଳାଇଲେ ତାହା ଏବେ ଯାଏ ଅସ୍ପଷ୍ଟ ରହିଛି । ଏକ କମ୍ବଳରେ ଘୋଡା ଯାଇଥିବା ଏହି ଶିଶୁ କନ୍ୟାକୁ ଗୋଡଭଗା ଫାଣ୍ଡି ଉଦ୍ଧାର କରି ବୁର୍ଲା ଭିମସାର ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ପୋଲିସ ଏ ଦିଗରେ ଅନସନ୍ଧାନ ଜାରି ରଖି ନବଜାତ ଶିଶୁକନ୍ୟାର ପ୍ରକୃତ ମାଁ କିଏ ତାର ଚିହ୍ନଟ ପାଇଁ ଜନ ସାଧାରଣଙ୍କ ସହଯୋଗ ମଧ୍ୟ ଲୋଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ