Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ବାରିକ ସମିତିର ୮୮ ତମ ପ୍ରତିଷ୍ଠା ଦିବସ

ସମ୍ବଲପୁର: ନିଖିଳ ଉତ୍କଳ ବାରିକ ସମିତିର ୮୮ ତମ ପ୍ରତିଷ୍ଠା ଦିବସ ସମାରୋହ ଓ ସାଧାରଣ ଅଧିବେଶନ ବୁଧବାର ଅନୁଷ୍ଠିତ ହୋଇଯାଇଛି I ରାଜଧାନୀ ଭୁବନେଶ୍ୱର ସ୍ଥିତ ଦ ଇଂଷ୍ଟିଚୁସନ୍ ଅଫ୍ ଇଞ୍ଜିନିୟରର୍ସ (ଇଣ୍ଡିଆ) ଓଡିଶା ସେଣ୍ଟର, ସଚିବାଳୟ ମାର୍ଗ ଠାରେ ଅନୁଷ୍ଠିତ ଏହି ସମାରୋହରେ ରାଜ୍ୟ ସଭାପତି ହେମନ୍ତ ବାରିକ ସଭାପତିତ୍ୱ କରିଥିଲେ I ଓଡିଶାରେ ବସବାସ କରୁଥିବା ପ୍ରାୟ ୨୫ ଲକ୍ଷ ରୁ ଉର୍ଦ୍ଧ ବାରିକ ଜାତି ର ଭାଇ ଭଉଣୀ ମାନଙ୍କ ସାମାଜିକ, ସାମୁହିକ ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ନ୍ୟାର୍ଯ୍ୟ ଦାବି ଯଥା, ପୁରୀ ସ୍ଥିତ ଜଡ଼ାମଠ ର ରୂପାନ୍ତୀକରଣ ଏବଂ ଏକ ଯାତ୍ରୀନିବାସ ନିର୍ମାଣ କରିବା, କୌଳିକ ବୃତ୍ତି ଅବଲମ୍ବନ କରି ଜୀବିକା ନିର୍ବାହ କରୁଥିବା ବାରିକ ମାନଙ୍କୁ ୬୦ ବର୍ଷ ବୟସ ଅତିକ୍ରମ ହେବାପରେ ଅତି କୁଶଳୀ କାରିଗର ଘୋଷଣା କରି ମାସିକ ଭତ୍ତା ପ୍ରଦାନ କରିବା, ବାରିକ କଲ୍ୟାଣ ବୋର୍ଡ ଗଠନ କରିବା, ରାଜ୍ୟସ୍ତରୀୟ କାର୍ଯ୍ୟାଳୟ ପାଇଁ ରାଜଧାନୀ ଭୁବନେଶ୍ୱର ଠାରେ ଏକ କ୍ୱାର୍ଟର ଯୋଗାଇ ଦେବା ଏବଂ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଥିବା କୌଳିକ ବୃତ୍ତିଧାରୀ ବାରିକ ମାନଙ୍କ ପାଇଁ ବାରିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା I ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମାଜ ଜ୍ୟୋତି ୨୦୨୩ ସମ୍ମାନରେ ବିଶିଷ୍ଟ କବି ତଥା ଗୀତିକାର ବିନୋଦ କୁମାର ପଶାୟତ (ସମ୍ବଲପୁର), ବିଶିଷ୍ଟ ସମାଜସେଵୀ ସୀମାଦ୍ରୀ ଚରଣ ବେହେରା ( ବ୍ରହ୍ମପୁର), ସମାଜସେବୀ ଲଷ୍ମୀଧର ବାରିକ (ପୁରୀ), କୃତି ଛାତ୍ରୀ ସୁଶ୍ରୀ ଭୂମିକା ବେହେରା (ସମ୍ବଲପୁର), ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ କୁମାର ବାରିକ (କଟକ), ନୃତ୍ୟାଙ୍ଗନା ସୁଶ୍ରୀ ଅର୍ଚନା ବାରିକ ( ଯାଜପୁର), ଶିକ୍ଷାବିତ ମନୋଜ କୁମାର ବାରିକ (କେନ୍ଦ୍ରାପଡ଼ା) ଙ୍କୁ ପ୍ରଦାନ କରାଯାଇଥିଲା I ବରିଷ୍ଠ ସାମ୍ବାଦିକ ସରୋଜ ସାହୁ (ସମ୍ବଲପୁର) ଙ୍କୁ ଦରଦୀ ବନ୍ଧୁ ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା I ସମିତିର ଉପ ସଭାପତି ହୀରାଲାଲ ବେହେରା, କୁଳମଣି ବାରିକ, ଭିମସେନ ବାରିକ, ସମ୍ପାଦକ ମାୟାଧର ବାରିକ, ଦୀପକ ଠାକୁର, କୋଷାଧକ୍ଷ ସୂର୍ଯ୍ୟ କାନ୍ତ ମହାପାତ୍ର, ରମାକାନ୍ତ ସୁବୁଦ୍ଧି ପ୍ରମୁଖ ମଂଚାସୀନ ଥିଲେ I ରାଜ୍ୟ ସାଧାରଣ ସମ୍ପାଦକ କମ୍ଭୁପାଣି ପରିଚ୍ଛା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ I ସଭା ପ୍ରାରମ୍ଭରେ ଅତିଥି ଗଣ କୁଳ ଇଷ୍ଟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ ଏବଂ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମା ରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପାଘ୍ର ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ କୁ କୃଷ୍ଣ ଚନ୍ଦ୍ର ବାରିକ, ଯତୀନ୍ଦ୍ର ନାଥ ବାରିକ, ପିତାମ୍ବର ଡାକୁଆ, ଅଲେଖ ଚନ୍ଦ୍ର ବାରିକ, ପବିତ୍ର ମୋହନ ବାରିକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ I ଧିରେନ ବାରିକ ଏବଂ ସାଥି ଙ୍କ ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା I ଏହି ସମାବେଶରେ ରାଜ୍ୟର ସମସ୍ତ ଜ଼ିଲ୍ଲା ରୁ ଶତାଧିକ ବାରିକ ସମାଜର ଭାଇ ଭଉଣୀ ସାମିଲ ହୋଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ