Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟର ନୁଆଁ-ଓ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ

ବେଲଗୁଣ୍ଠା, ୨୨/୧୨: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂଆଁ-ଓ ର ସାଂସ୍କୃତିକ ଉତ୍ସବ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସାଂସ୍କୃତିକ ଉତ୍ସବରେ ଅଧ୍ୟପକ ଡ଼ଃ ଗୁରୁମୂର୍ତ୍ତି ନାୟକ,ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ,ଅଧ୍ୟାପକ ସପନ କୁମାର ପ୍ରଧାନ, ଅଧ୍ୟପିକା ପିଙ୍କି ପାତ୍ର, ସାମ୍ବାଦିକ ଶିବରାମ ଚୌଧୁରୀ ଯୋଗଦାନ କରି ପରିଚାଳନା କରିଥିଲେ। ଏଥିରେ ପ୍ରବନ୍ଧ, ବକ୍ତୃତା,ଗଳ୍ପ ଲିଖନ ଓ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ବହୁ ଛାତ୍ର ଛାତ୍ରୀ ଯୋଗଦେଇ ନିଜର ମୌଳିକ ଦକ୍ଷତା ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ