Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୃସିଂହନାଥ ମନ୍ଦିର ପରିସରରୁ ଆରମ୍ଭ ହେଲା ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା

ପାଇକମାଳ:ପଶ୍ଚିମ ଓଡ଼ିଶା ପିପୂଲ୍ସ ଫୋରମର ଆହ୍ବାନ କ୍ରମେ ବହୁ ସଂଗଠନର ସହଯୋଗ ରେ ନୃସିଂହନାଥ ମନ୍ଦିର ପରିସରରୁ ସମ୍ବଲପୁରୀ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ଶୁକ୍ରବାର ଦିନ ଆରମ୍ଭ ହୋଇଯାଇଛି। ପ୍ରଥମେ ପ୍ରଭୁ ନୃସିଂହନାଥ ଠାରେ ପୂଜା ଅର୍ଚ୍ଚନା କରି ସଂଗ୍ରାମୀ ମାନେ, ଜୟ ସମ୍ବଲପୁରୀ ଭାଷା ସଂସ୍କୃତି, ଜୟ କୋଶଳ ଇତ୍ୟାଦି ନାରା ଦେଇ ଯାତ୍ରା ଆରମ୍ଭ ହୋଇଥିଲା। ଏହା ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାର ବ୍ଲକ୍ ମାନ ଅତିକ୍ରମ କରି ୨୭ ତାରିଖରେ ସୁନ୍ଦରଗଡ଼ ସମଲେଶ୍ଵରୀ ମନ୍ଦିର ପରିସର ରେ ଉଦଯାପିତ ହେବ। ଯାତ୍ରା ଆରମ୍ଭରେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର, କୋଶଳ ମୁକ୍ତି ମୋର୍ଚ୍ଚା ସଭାପତି ସୁବାଷ ଚନ୍ଦ୍ର ନାୟକ, ସାମ୍ବାଦିକ ବିରେନ୍ଦ୍ର ପାଣିଗ୍ରାହୀ, ଫୋରମ୍ ର ଆବାହକ ସପନ ମିଶ୍ର, ସୁବାସ ନାୟକ, ସିପୁନ ଖମାରୀ, ଅସୀମ ପଟେଲ, ବିରବଲ୍ ମହାକୁଡ, ଜ୍ଞାନେନ୍ଦ୍ର ବେହେରା, ବିଜୟ ଦାସ, ସୁଶିଲ ଗୁରୁ, ରାହୁଲ ବାରିକ, ରୋଷନ୍ ପଣ୍ଡା, ସରୋଜ ପ୍ରଧାନ, ସନାତନ ପାଣ୍ଡେ, ବାପୁନ୍ ମହାନ୍ତି(ଅମ୍ବରିଶ),ପ୍ରଦୀପ ଧିଣ୍ଡା, ଶାହରୁଖ ଖାଁ, ଭବାନୀ ପଣ୍ଡା, ମୁକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି, ସମ୍ବଲପୁରୀ ଭାଷାକୁ ସମ୍ବିଧାନରେ ଅଷ୍ଟମ ସୂଚୀରେ ସ୍ଥାନିତ କରିବାକୁ ଦାବି କରିଥିଲେ। ରାସ୍ତାରେ, ମାଣ୍ଡୋସିଲ, ନୂଆପଡ଼ା, ଖରୀଆର, ସିନାପାଲି o ବିଳମ୍ବିତ ରାତ୍ରୀରେ ଖଡ଼ିଆଳ ବିଭିନ୍ନ ସ୍ଥାନରେ ଲୋକେ ଯାତ୍ରାକୁ ଦୂଲଦୁଲି ଇତ୍ୟାଦି ବାଦ୍ୟ ବଜାଇ, ଫୁଲମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ।ଆଜି ପୁଣି ଖଡ଼ିଆଳ ରେ ସହର ପରିକ୍ରମା କରି ଭବାନୀ ପାଟଣା ଦେଇ ବଲାଙ୍ଗୀର ଜିଲ୍ଲା ପଶିବା ବୋଲି ଜନ ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ