Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନନ୍ତ ନାରାୟଣ ସିଂଦେଓ୨୦ତମ ଶ୍ରାଦ୍ଧ ବାର୍ଷିକ ।

ଭୁବନେଶ୍ୱର,,,ଗଞ୍ଜାମ ଜିଲ୍ଲା ଧରାକୋଟ ର ସୋର୍ଗତ ରାଜା ସାହେବ୍ ଅନନ୍ତ ନାରାୟଣ ସିଂଦେଓ ଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ମାଷ୍ଟର କ୍ୟାଣ୍ଟନି ନିକଟ କେ ୟୁ ଡବଲୁ ଜେ,ପରିସରରେ ଥିବା ସଭାଗୃହ ରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମ କୁ ସଦ ଗୁରୁ ବାବା ହରି ଶଙ୍କର ସ୍ଵାମୀ ଜି ଉଦଘାଟନ୍ କରିଥିଲେ । ମଧୁର ଭାରତୀ ର ସମ୍ପାଦିକା ଜୟନ୍ତୀ ପଢ଼ିଆରୀ ଙ୍କ ସଭାପିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତମ୍ବ କାର ଲଳିତେନ୍ଦୁ ପଲାଉରୀ,ଯୋଗ ଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ଦୁଃଶାସନ,ନାୟକ ଶ୍ରୀ ପରମେଶ୍ବର ଦାସ,ମୁଖ୍ୟ ବକ୍ତା ଭାବେ, ଡକ୍ଟର ଲକ୍ଷ୍ମଣ ପଣ୍ଡା,ପ୍ରମୁଖ ଯୋଗ ଦାନ କରି ରାଜାଙ୍କ ପ୍ରଜା ବତ୍ସଳ ତଥା ଦାନ ଧର୍ମ କରିବା ସହ,ରାଜନୀତି ରେ ପ୍ରଭାବ,ବିଭିନ୍ନ ଅନୁଷ୍ଠାନ ଗଠନ ଆଦି କ୍ଷେତ୍ରରେ ତାଙ୍କର ଅବଦାନ ଆଦି ସମ୍ପର୍କ ରେ ଆଲୋଚନା କରିଥିଲେ । ପୂର୍ବରୁ ରାମ ମନ୍ଦିର ରେ ରାଜାଙ୍କ ପରିବାର ତରଫରୁ ଆସିଥିବା ସଂଜୟ କୁମାର କାମ୍ପ ଦ୍ବାରା ପୂଜାର୍ଚ୍ଚନା କରାଯାଇ,ଦାନ ଦକ୍ଷିଣା ଦିଆଯାଇଥିଲା । ଅନୁଷ୍ଠାନ ର ସଂପାଦକ ସଞ୍ଜୟ କୁମାର ସାହୁ ବିବରଣୀ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ,ପରିବେଶ ବିତ୍ ସୋଭାକର ବେହେରା । କିଛି ସମୟ ପାଇଁ ସାହିତ୍ୟ ଆସର ସହ , ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ