Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଭିର ନୂତନ ଅଧ୍ୟକ୍ଷ ଭାବେ ରଣରଞ୍ଜୟ ସିଂ ଙ୍କ ଯୋଗଦାନ

ସମ୍ବଲପୁର: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ବଲପୁର ର ନୂତନ ଅଧ୍ୟକ୍ଷ ଭାବେ ରଣରଞ୍ଜୟ ସିଂ ଯୋଗଦାନ କରିଛନ୍ତି I ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଛାତ୍ରୀଙ୍କ ତରଫରୁ ଅଧକ୍ଷ ଶ୍ରୀ ସିଂ ଙ୍କୁ ସ୍ଵାଗତ ଜଣାଯାଇଥିଲା I ଆଜି ଅଭିଭାବକ ସଂଘ ପକ୍ଷରୁ ମଧ୍ୟ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା I ବିଦ୍ୟାଳୟର ଅଭିଭାବକ ସଂଘ ସଭାପତି ସରୋଜ ଦେଓ, ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ସୁଶାନ୍ତ ମହାପାତ୍ର, ମୁନମୁନ୍ ମାଝୀ, ଶ୍ରୀମନ୍ତ ପଣ୍ଡା, ଗୋପାଳଜୀ ପାଢ଼ୀ, ସନ୍ଦୀପ ସିଂ, ସୁବାଷ ଶତପଥି ପ୍ରମୁଖ ସ୍ୱାଗତ କରିଥିଲେ I ପ୍ରକାଶ ଥାଉକି ୨୦୦୯ ମସିହା କେନ୍ଦ୍ରୀୟ ବିଦ୍ୟାଳୟରେ ଯୋଗଦାନ କରିଥିବା ଉତ୍ତର ପ୍ରଦେଶ ର ବନାରସ ସହରରେ ଜନ୍ମିତ ଶ୍ରୀ ସିଂ ପୂର୍ବରୁ ଆସାମ, ତେଲେଙ୍ଗାନା ଆଦି ରାଜ୍ୟରେ ଶିକ୍ଷକ ଭାବରେ କାର୍ଯ୍ୟ ନିର୍ବାହ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ହାଇଦ୍ରାବାଦ ଆରଓ ଅନ୍ତର୍ଗତ ବାୟୁ ସେନା କେନ୍ଦ୍ର , ହକିମପେଟ୍ କେଭି ର ଭାଇସ ପ୍ରିନସିପାଲ ଭାବେ କାର୍ଯ୍ୟକରି ଛାତ୍ର ଛାତ୍ରୀ ଓ ସହକର୍ମୀ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି I ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଧ୍ୟକ୍ଷ ଶ୍ରୀ ସିଂ ବଦ୍ଧପରିକର ବୋଲି ଅଭିଭାବକ ସଂଘ ସହିତ ଆଜିକାର ଆଲୋଚନା ସମୟରେ ପ୍ରକାଶ କରି ଥିବା ନେଇ ସରୋଜ ସାହୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ