ଫେରିଲା କରୋନା: ମବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ହେଲା ବାଧ୍ୟତା ମୂଳକ

ସମ୍ବଲପୁର:ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି।ଜଣେ କରୋନା ରୋଗୀ ବର୍ତ୍ତମାନ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରିଲେ ମାକ୍ସ ବାଧ୍ୟତା ମୂଳକ କୁହାଯାଇଛି। ଏଭଳି ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ନିଜକୁ ନିରାପଦ ଓ ସୁସ୍ଥ ରଖିବାକୁ ମାସ୍କ ପିନ୍ଧିବାକୁ୍ ରାଜ୍ୟ ସରକାର ସଚେତନ କରାଇଛନ୍ତି । ଆଗକୁ ପରିସ୍ଥିତିକୁ ଦେଖି ସରକାର କଡା ପଦେକ୍ଷେପ ମଧ୍ୟ ଗ୍ରହଣ କରିପାରନ୍ତି। ତେଣୁ ବେଳଠୁ ସାବଧାନ ରହିବା ପ୍ରତି ପ୍ରତିଶେଧକ ମୂଳକ ସତର୍କତା ରହିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।