ବେଲଗୁଣ୍ଠା -23/12 , ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଷୋଡଶ ବାର୍ଷିକ ଉଛବ ବେଲଗୁଣ୍ଠା ବଡଦାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପ ଠାରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପ୍ରଦୀପ ପ୍ରଜ୍ଜ୍ଳଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି ଉତ୍ସବରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅଧକ୍ଷ ରବୀନ୍ଦ୍ରନାଥ ରଥ ସଭାପତିତ୍ୱ କରିଥିଵାବେଳେ ମୁଖ୍ୟଅତିଥି ଭାବେ ତହସିଲିଦାର କଳାକୃଷ୍ଣ ପ୍ରଧାନ ,ମୁଖ୍ୟ ବକ୍ତା ଭାବେ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କମ୍ବୁପାଣି ସାମନ୍ତ ଓ ସାମ୍ମନିତ ଅତିଥି ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ବରିଷ୍ଠ ଶିକ୍ଷାବିତ ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ | ଏଥିରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଭଞ୍ଜନଗର ନଗର କାର୍ଯ୍ୟଵାହ, ପ୍ରଦୀପ କୁମାର ଆଚାର୍ଯ୍ୟ ଓ ବ୍ୟବସ୍ଥାପକ ଭାବେ ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସଂପାଦକ ପବିତ୍ର କୁମାର ସାହୁ ଯୋଗ ଦେଇଥିଲେ | ସ୍ୱାଗତ ସଂଗୀତ ଛାତ୍ର ଛାତ୍ରୀ ମାନେ ଗାନ କରିଥିଲେ | କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଆଜିର ଏହି କାଯ୍ୟକ୍ରମରେ ପୂର୍ବତନ ପରିଚାଳନାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବଂ ଶିଶୁ ପ୍ରତିଭା ପ୍ରଦର୍ଶନ କରିବା ସହ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରିଶେଷରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଉପସଭାପତି ମଧୁସୂଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ ଗୁରୁମା ଗୁରୁଜୀ ପରିଚାଳନାରେ ସହଯୋଗ କରିଥିଲେ ।
ବେଲଗୁଣ୍ଠା ସରସ୍ୱତୀ ଶିଶୁ ମନ୍ଦିରର ଷୋଡଶ ବାର୍ଷିକ ଉଚ୍ଚବ ଅନୁଷ୍ଠିତ
