Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଲ୍ୟ ବିବାହକୁ ନାଁ, ଶପଥ ନେଲେ ଶିକ୍ଷାର୍ଥୀ

ସମ୍ବଲପୁର(ପଡିଆବାହାଲ):ଆମ୍ଭେ ସମସ୍ତେ ପ୍ରତିଜ୍ଞା କରୁଅଛୁ କି ଆମେ ବାଲ୍ୟ ବିବାହ କରିବୁ ନାହିଁ କିମ୍ବା କରାଇବୁ ନାହିଁ | କୌଣସି ବାଲ୍ୟବିବାହ ଅନୁଷ୍ଠିତ ହେଉଥିବା ସ୍ଥାନରେ ଅଂଶଗ୍ରହଣ କରିବୁନାହିଁ | ଯେଉଁଠି ବାଲ୍ୟବିବାହ ହେଉଥିବ, ତାହା ବନ୍ଦ କରିଵାପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବୁ | ଏହାସହିତ ଆମେ ଭବିଷ୍ୟତରେ କୌଣସି କାର୍ଯ୍ୟରେ ଶିଶୁଶ୍ରମିକ ନିୟୋଜିତ କରିବୁନାହିଁ କିମ୍ବା ଶିଶୁ ଚାଲାଣ କୁ ପ୍ରୋତ୍ସାହିତ କରିବୁ ନାହିଁ | ଯଦି କୌଣସିସ୍ଥାନରେ ଏହିପରି କିଛି ଘଟଣା ଦେଖିବୁ, ତାହାର ନିରାକରଣ ପାଇଁ ଆମର ସାମାଜିକ ଦାୟିତ୍ୱ ହିସାବରେ ଯଥା ସମ୍ଭବ ବିହିତ ପଦକ୍ଷେପ ନେବୁ, ଯେଉଁଥିରେ ସମସ୍ତ ଶିଶୁ ସୁରକ୍ଷିତ, ମୁକ୍ତ ଏବଂ ଶିକ୍ଷିତ ହୋଇପାରିବେ | ଏହିଭଳି ଶପଥ ପାଠ ଆଜି ଜୟଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାର୍ଥୀ କରିଛନ୍ତି ।ସାମାଜିକ ଅନୁଷ୍ଠାନ ସିଡି ଓ ଚାଇଲ୍ଡ ଲାଇନ ପକ୍ଷରୁ ଏଭଳି ସଚେତନତା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସଭାରେ ମୁଖ୍ୟଅତିଥି ଭାବେ ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗଦେଇ ଗୋଡ ଖସିବା ବୟସରେ ନବୀନ ଓଡିଶା ନିର୍ମାଣ ଦାୟିତ୍ୱ ଓ ସଂକଳ୍ପ ଏହି ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଉପରେ ନିର୍ଭର କରୁଥିବାରୁ ଶପଥ ପାଠ ନବୀନ ଓଡିଶା ଗଠନର ନୂଆଁ ସଂକଳ୍ପ ବୋଲି ଅବିହିତ କରିଥିଲେ । ସେ ଏହାବି ସ୍ୱଷ୍ଟ କରିଥିଲେ ନବୀନ ଓଡିଶା ନବୀନ ପଟ୍ଟନାୟକଙ୍କ ପ୍ରଚାର ନୁହେଁ,ବରଂ ଟିନ ଏଜର ପିଲାମାନେ ଆଗାମୀ ୨୫ ବର୍ଷର ଯୋଜନା ଆଜିଠୁ ପ୍ରସ୍ତୁତି ଆରମ୍ଭ କଲେ ସେମାନେହିଁ ପ୍ରସିଦ୍ଧି ଲାଭ କରି ଏକ ସୁନାର ସଂସାର ଗଢି ଦେଶ ଓ ଜାତି ପାଇଁ ନିଦର୍ଶନର ଉଦାହରଣ ତିଆରି କରି ପାରିବେ।ଏହାକୁ କାର୍ଯ୍ୟକ୍ରମ ସଂଯୋଜକ ସମିର ମହାମଲ୍ଲିକ ସଂଯୋଜନା କରିଥିଲେ। ଏହି ଶପଥ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଶନ୍ନ ସାହୁ, ରସ୍ମିତା ସାହୁ,ପ୍ରମୋଦ ନାଏକ,ଗ୍ରନ୍ଥାଗାରିକ ତଥା ଯୋଗ ଶିକ୍ଷକ ରାଜାରାମ ନାୟକ ପ୍ରମୁଖ ଉପସ୍ଥିତ ରହି କୈଶୋର ଜୀବନ ଗଠନରେ ନିଜର ଭୂମିକା ନେଇ ଆଲୋକପାତ କରିଥିଲେ।ଶେଷରେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।