Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ ସୁଦ୍ଧା ଦାବି ନଶୁଣିଲେ ଆୟୁଷ ଡାକ୍ତର ନେବେ ସମୂହ ଛୁଟୀ

ଭୁବନେଶ୍ବର: ଆୟୁଷ ଡାକ୍ତରଙ୍କ କଥା ଶୁଣିଲେନି ସରକାର। ତେଣୁ ଏବେ ସମୂହ ଛୁଟିରେ ଯିବାକୁ ଆୟୁଷ ଡାକ୍ତର ଚେତାବନି ଦେଲେଣି।ଜାନୁଆରୀ ୧୫ ପରେ ସମୂହ ଛୁଟିରେ ଯିବାକୁ ଆୟୁଷ ଡାକ୍ତର ନିଜର ଆଭିମୂଖ୍ୟ ଆଜି ଜଣାଇଦେଇଛନ୍ତି।ବର୍ତ୍ତମାନ ରାଜ୍ୟରେ ୧୨୭୨ ଆୟୁଷ ଡାକ୍ତର ବିଭିନ୍ନ ଡାକ୍ତରଖାନାରେ ସରକାରୀ ଭାନେ କାର୍ଯ୍ୟ କରୁଛନ୍ତି। ଏହା ବାହାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଡାକ୍ତରଖାନା ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାରେ ଏନଜିଓ ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମ ଚାଲିଛି। ଏମାନଙ୍କ ସଂଖ୍ୟା ଏଥିରେ ନାହିଁ।ଜାନୁଆରୀ ୧୫ ସୁଦ୍ଧା ସ୍ଥାୟୀ ନକଲେ ସମୂହ ଛୁଟିରେ ଯବାକୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଚେତାବନି ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ