Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୂର୍ଣ୍ଣଚନ୍ଦ୍ର ସାହୁ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ,ବଲାଙ୍ଗୀର ଚମ୍ପିଆନ

ସମ୍ବଲପୁର (କବରାପାଲି):ରାଧାକୃଷ୍ଣ ଯୁବକ ସଂଘ କବରାପାଲି ପକ୍ଷରୁ ଆଜି ପୂର୍ଣ୍ଣ ଚନ୍ଦ୍ର ସାହୁ ସ୍ମାରକୀ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଓ ବରଗଡ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ବଲାଙ୍ଗୀର ଦଳ ଚମ୍ପିଆନ ହୋଇଥିଲେ। ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଶାସନିକ ଅଧିକାରୀ ଗୋପିନ୍ଦ୍ର ଭୋଇ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା, ଯୁଯୋମୁରାଞୋନ-୧ ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ, କବରାପାଲି ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ,ବାହାମ ସରପଞ୍ଚ୍ ସରସ୍ୱତୀ ଭୋସାଗର,ନୂଆଁ ବରଙ୍ଗାମାଲ ସରପଞ୍ଚ୍ ସେବୀକା ସାହୁ,କୁକୁଡାପାଲି ସରପଞ୍ଚ୍ ଗୀତାଞ୍ଜଳି ଦେହୂରୀ,ବାହାମ ସମବାୟ ସେବା ସମିତିର ପୁର୍ବତନ ସଭାପତି ଅଶୋକ ପୁରୋହୀତ,କ୍ରୀଡା ଶିକ୍ଷକ ଲକ୍ଷ୍ମନାଥ ଓ ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗ ଦେଇଥିଲେ ।ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜିଲ୍ଲାପରିଷଦ ସଦସ୍ୟା କବିତା ସାହୁ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ସମୟରେ ପୂଜକ ରମେଶ ଚନ୍ଦ୍ର ଦାଶ,ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ ଓ ସଂଘର ସଞ୍ଜୟ ପ୍ରଧାନ,ହେମନ୍ତ ପ୍ରଧାନ,ମହିମା ପ୍ରସାଦ ବଢେଇ,ସୁରେନ୍ଦ୍ର ବଗର୍ତ୍ତି,ଅଜିତ ବାଗ୍,ସୁବାସ ବଢାଇ, କ୍ଷୀରୋଦ ସାହୁ, ଶରତ ଚନ୍ଦ୍ର ସାହୁ,ଦିବ୍ୟ ସ୍ୱରୂପ ସାହୁ,ବିଶ୍ୱ ସ୍ୱରୁପ ସାହୁ,ଦିଲ୍ଲିପ ବଢେଇ,ଜୟରାଜ ଧର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ମ୍ୟାଚରେ ଗେଙ୍ଗୁଟିପାଲି ଓ ହୀରାକୁଦ ଏଫସି ମଧ୍ୟରେ ଖେଳ ଅରମ୍ଭ ହୋଇଥିଲା ଏଥିରେ ମୋଟ ୮ ଟିମ ଅଂଶ ଗ୍ରହଣ କରିଥିବା ବେଳେ ଅରୁଣ ଭୋଇ,ପରେଶ ଭୋଇ,ପରେଶ ମିର୍ଦ୍ଧା,ଲିଙ୍ଗରାଜ ପ୍ରଧାନ,ରୋସନ ଖାନ,ବିଜୟ ଓରାମ ରେଫରି ଭାବେ ରହି ଖେଳ ପରିଚାଳନା କରିଥିଲେ।ଏହି ଅବସରରେ ଆନ୍ତ ଜାତୀୟ ଫୁଟବଲ ଖେଲାଲୀ ଶ୍ରୀକାନ୍ତ ଭୋଇ,ଲକ୍ଷ୍ମଣ ନାଥ,ଡା.ରାଜାରାମ ଷଡଙ୍ଗୀଙ୍କ ଭଳି ୧୫ରୁ ଉର୍ଦ୍ଧ୍ବ ପ୍ରତିଭାଧାରୀ ଓ ପୂର୍ଣ୍ଣଚନ୍ଦ୍ରଙ୍କ ବନ୍ଧୁଙ୍କୁ ସମ୍ମାନୀତ କରାଯିବା ସହିତ କୃତି ପ୍ରତିଯୋଗୀ ଓ ଖେଲାଲିଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।ଏହାକୁ ସୁରେନ୍ଦ୍ର ବଗର୍ତ୍ତୀ ସଂଯୋଜନା କରିଥିବା ବେଳେ ଶେଷରେ ସଞ୍ଜୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।