Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ରେ ୫ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମରେ ଗୀତା ମହାଯଜ୍ଞ ଅନୁଷ୍ଠିତ

ଚିପିଲିମା,ସମ୍ବଲପୁର ବିଶ୍ୱକଲ୍ୟାଣ ଉଦ୍ଧେଶ୍ୟରେ ବୁର୍ଲାଥାନା ଗୋଶାଳା ହରିଓଁମ ଆଶ୍ରମ ପ୍ରାଙ୍ଗଣରେ ଆଜି ୧୦୮ କୁଣ୍ଡିୟ ଏବଂ ୧୦୮ ଯୋଡି କର୍ତ୍ତା ମାନଙ୍କୁ ନେଇ ଗୀତା ମହାଯଜ୍ଞ ବିଧି ମୁତାବକ ମହା ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ନିରଞ୍ଜନ ଷଡଙ୍ଗୀଙ୍କ ତତ୍ୱବାଧାନରେ ପଣ୍ଡିତ ଅସୀମାନନ୍ଦ ଷଡଙ୍ଗୀ ସମେତ ୧୦୮ଜଣ ପଣ୍ଡିତ ଯୋଗଦାନ କରି ସମସ୍ତ ପୂଜା କାର୍ଯ୍ୟ,ହବନ ,ଆରତୀ,ପୁଷ୍ପାଞ୍ଜଳି ଆଦି ପରିଚାଳନା କରିଥିବାବେଳେ,ସ୍ଥାନୀୟ ଲୋକ ସମସ୍ତ ପ୍ରକାର ସହଯୋଗ କରିଥିଲେ।ଦିନ ତମାମ ଆଧ୍ୟାତ୍ମିକ ପରିସର ମଧ୍ୟରେ ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତ ତଥା ଭକ୍ତଙ୍କ ସମାଗମ ହୋଇଥିଲା।ସମସ୍ତ ଭକ୍ତଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା ହୋଇଥିଲା।ଅଂଚଳରେ ଏପରି ଏକ କାର୍ଯ୍ୟକ୍ରମକୁ ଅଂଚଳରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ