Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୃଷ୍ଟିହୀନ ଗର୍ଭବତୀଙ୍କୁ ସହଯୋଗର ହାତ ବଢାଇଲେ ବବି ସିଂ

ସମ୍ବଲପୁର:ଦୁଃଖି ଅରକ୍ଷିତଙ୍କ ସେବା ପାଇଁ ଆଜି ପୁଣି ସହଯୋଗ ର ହାତ ବଢ଼ାଇଛି ବିଜୁ ଜନତା ଦଳ। ବିଜେଡ଼ି ନେତା ତଥା ସମାଜ ସେବୀ ଶ୍ରୀଯୁକ୍ତ ହରଦୀପ ସିଂ ଭୁର୍ଜି(ବବି ସିଂହ)ଙ୍କର ସୌଜନ୍ୟରୁ ସମ୍ବଲପୁର ମହାନଗର ଅନ୍ତର୍ଗତ ୱାର୍ଡ ନଂ ୩୫ ଗୋଭିନ୍ଦତୋଲା ବାସିନ୍ଦା ଅହଲ୍ୟା ରାଉତ(୨୫) ଦୃଷ୍ଟି ହିନ ଗର୍ଭଵତୀ ବୟସ ଓ ତାଙ୍କ ସ୍ବାମୀ ରାମେଶ୍ବର ଭୋଇ ଙ୍କୁ ସହାୟ ହୋଇଛନ୍ତି ।ବହୁତ ଦୁଖରେ ଜୀବନ ଯାପନ କରୁଥିବା ଖବର ପାଇ ତାଙ୍କ ପାଖରେ ପହଞ୍ଚି ସୁଖ ଦୁଃଖ ବୁଝି ତାଙ୍କୁ ଗୋଟିଏ ଫୋଲ୍ଡିଙ୍ଗ ବେଡ, ମାସକର ରାସନ ସାମଗ୍ରୀ, ଗରମ ବସ୍ତ୍ର ଆଦି ସହଯୋଗର ହାତ ବଢାଇଥିଲେ। ଏପରିକି ସେହି ଅଂଚଳର ଅନ୍ୟ ଲୋକ ମାନଙ୍କର ସମସ୍ୟା ଗୁଡିକ ଭି ବୁଝି ସମସ୍ୟା ସାଥି ହୋଇ ସବୁବେଳେ ଲୋକଙ୍କ ସହ ଠିଆ ହେବେ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଆଇନଜୀବୀ ସଂଜୀବ ପଟ୍ଟନାୟକ, ସବିନୟ ପୂଜାରୀ,ନବୀନ ପଣ୍ଡା, ହରିହର ପାଣି, ହରେକୃଷ୍ଣ ସରାଫ, ମହିଳା ନେତ୍ରୀ କୁନୀ ହାତୀ,ସୁରେଖା ସାହୁ, ପୁଷ୍ପାଞ୍ଜଳୀ ସାହୁ, ଯଜ୍ଞାସୁନୀ ସୁନାର, ମଂଜୁ ବଡ଼ାଇ, ସପନା ଭୋଇ, କସ୍ତୁରୀ ବିଭା, ସୁମିତ୍ରା ହାତୀ ପ୍ରମୂଖ ଉପସ୍ଥିିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ