Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲ ନାହିଁ, ଯାଇ ପାରିଲାନି ଆମ୍ବୁଲାନ୍ସ…ପ୍ରସୂତି ଡାକ୍ତରଖାନା ଆସିବାକୁ ହଇରାଣ..

ଲକ୍ଷ୍ମୀପୁର ୨୬/୧୨ .ପୋଲ ନଥିବା କାରଣରୁ ଗାଁ ରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ଅଧାଵାଟ ରେ ଅଟକି ରହିଥିଲା ଆମ୍ବୁଲାନ୍ସ, ପରେ ପ୍ରସୂତି ମହିଳାଙ୍କୁ ଆମ୍ବୁଲାନ୍ସ ରେ ଲକ୍ଷ୍ମୀପୁର ଡାକ୍ତରଖାନା ରେ ପହଞ୍ଚାଯାଇଥିଲା ।ଖବର ନେବାରେ ଜଣା ପଡିଛିକି ଲକ୍ଷ୍ମୀପୁର ବ୍ଲକ୍ ପିପଳପଦର ପଞ୍ଚାୟତର ବାଘମାରି ଗାଁର
ଅଭି ମଣ୍ଡିଗାଁ ଙ୍କ ସ୍ତ୍ରୀ କାନ୍ଦାଇ ମାଣ୍ଡିଗାଁ ଛଅ ମାସ ର ଗର୍ଭବତୀ  ଥିଲେ। ଗତ କାଲି ରାତିରେ ବହୁ ଜୋରରେ ତାଙ୍କର ପେଟ ବ୍ୟଥା ଆରମ୍ଭ ହୋଇଥିଲା।ହେଲେ ରାତିରେ ମେଡିକାଲ ଯିବାକୁ ସମ୍ଭବପର ନହେବାରୁ ସକାଳୁ ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ।ଖବର ପାଇ ସ୍ବାସ୍ଥ୍ୟ କର୍ମୀ ଜଣକ ତୁରନ୍ତ ଏକ ଆମ୍ବୁଲାନ୍ସ ବାଘମାରି ଗ୍ରାମକୁ ପଠାଇଥିଲେ।ହେଲେ ଗ୍ରାମ ପାଖ ଦେଇ ବହି ଯାଇଥିବା ପାହାଡିଆ ନଦୀ ପାର ହେବା ଆମ୍ବୁଲାନ୍ସ କୁ ସହଜ ନଥିଲା, କାରଣ ଗାଁ କୁ ରାସ୍ତା ହିଁ ନଥିଲା ।ଫଳରେ ଆମ୍ବୁଲାନ୍ସ ସେଠାରେହିଁ ଅଟକି ରହି ଗଲା।ଗର୍ଭବତୀ ମହିଳା ଜଣକ ସକାଳ ୮ ଟା ସମୟରେ ଏକ ମୃତ୍ୟୁ ଶିଶୁ କନ୍ୟା ଙ୍କୁ ଜନ୍ମ ଦେଇଥିଲେ, ଜନ୍ମ ଦେବା ପରେ ସେ ଗୁରୁତ୍ୱର ହୋଇଯାଇଥିଲେ, ମହିଳାଙ୍କୁ ପରିବାର ଲୋକେ ଷ୍ଟ୍ରେଚର୍ ରେ ଵୋହିକି ନଦୀ ପାର କରି ଆଣିବା ପରେ ଡାକ୍ତରଖାନା କୁ ଆମ୍ବୁଲାନ୍ସ ରେ ଆଣିଥିଲେ ।ମହିଳା ଜଣଙ୍କ ମୃତ ଶିଶୁ କନ୍ୟା ଜନ୍ମ ଦେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସିଏ ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି।
ବାଘମାରି ଗାଁ ଦେଇ ବହିଯାଇଥିବା ପାହାଡିଆ ନଦୀରେ ପୋଲ ଖଣ୍ଡେ ନିର୍ମାଣ ପାଇଁ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବା ସତ୍ତ୍ୱେ କେହିବି ସେଥି ପ୍ରତି ଧ୍ୟାନ ନଦେବାରୁ ଶେଷରେ ନିଜ ହାତରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କଲେ।ତଥାପି ଏଯାଏଁ ପ୍ରଶାସନର ନିଦ ଭାଙ୍ଗିଲାନାହିଁ।ଯାହା ଫଳରେ ଆଜି ଏକ ନିଷ୍ପାପ ଶିଶୁ ର ଜୀବନ ଚାଲିଗଲା,ଏଥି ପାଇଁ ଦାୟୀ କିଏ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ