Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୁ ସ୍ମୃତି କମିଟି ତରଫରୁ ଅସହାୟ ଵୃଦ୍ଧ ବନିତାଙ୍କୁ କମ୍ବଲ ବଣ୍ଟନ

ସମ୍ବଲପୁର:ଭାରତ ବର୍ଷର ସର୍ବବୃହତ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମ୍ବଲପୁର ବିଜୁ ସ୍ମୃତି କମିଟି ତରଫରୁ ଶୀତ ଦାୟରୁ ରକ୍ଷା ପାଇଁ ଅସହାୟ ଵୃଦ୍ଧ ବନିତାଙ୍କୁ କମ୍ବଲ ବଣ୍ଟନ କରାଯାଇ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କମିଟିର ବରିଷ୍ଠ ଉପଦେଷ୍ଟା,ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା,ରାଜ୍ୟ ବିଜେଡ଼ି ପ୍ରବକ୍ତା ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ଆଇନଜୀବୀ ସୁରେନ୍ଦ୍ର ଥାପା ଓ ପ୍ରଫୁଲ୍ଲ କୁମାର ଦାଶ ଯୋଗଦାନ କରିଥିଲେ, ବିଜୁ ସ୍ମୃତି କମିଟିର ଆଭାହକ ପ୍ରଶାନ୍ତ ଥାପା,ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ,ଉପସଭାପତି ସତ୍ୟେନ୍ଦ୍ର ଦାସ,ବରିଷ୍ଠ ବିଜେଡି ନେତା ଆର.ଏ.ଶିବ.କୁମାର,ପୂର୍ବତନ ସଂଖ୍ୟାଲଘୁ ସଭାପତି ଜାଫର ଅଲ୍ଲୀ ଖାନ,ଅଶୋକ ମିଶ୍ର,ବିକ୍ରମ ରଞ୍ଜିତ,ପପ୍ପୁ ସ୍ୱାଇଁ, ଦୀପକ ବେଦୀ,ଉମାଶାଙ୍କର ଅଗ୍ରୱାଲ, ସଂଜୀବ ଦ୍ଵାରୀ,ବିଶ୍ଵାମିତ୍ର ସାହୁ, ବିନୋଦ ନାଗ, ରେଣୁ ମୋରେଇ, ମନରଞ୍ଜନ ମହାକୁଡ଼,ମୋନଜ କୁମ୍ଭାର, ସୁଧୀର ନାୟକ, ଭୋଳନାଥ ବେହେରା,ସୁଶାନ୍ତ ମିଶ୍ର,ରାଜା ବାଘ, ହିମ୍ମତ ମହାନନ୍ଦ, ଚିନ୍ତାମଣି ବାଘ, ଝୁନା ବେରିହା, ଚୈତନ୍ୟ ବାଘ,ଅନ୍ତର୍ଜାମି ବେହେରା,ଏମ. ଡି. ସରିପ ଖାନ,ସୁଧୀର ଦାସ,ପ୍ରମୁଖ ଅନେକ ସ୍ୱେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।