Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଫୁଟବଲ୍ ଟୁର୍ନାମେଣ୍ଟ:ଝାଡଖଣ୍ଡ ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ

ରେଙ୍ଗାଲି,୨୭।୧୨, ସମ୍ବଲପୁର ଜିଲ୍ଲା ର ଲଇଡାସ୍ଥିତ ଜଗନ୍ନାଥ ଖେଳ ପଡିଆ ରେ ଆଜି ଠାରୁ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ଉଦ୍ଘାଟନୀ ସମାରୋହ ରେ ପୂର୍ବତନ ବିଧାୟକ ରମେଶ ପଟୁଆ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପବନ୍ଧୁ ପୃଷ୍ଟି, ଲଇଡା ସେବା ସମବାୟ ସମିତିର ସଭାପତି ସଲିଲ ନାଏକ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ ପାଣ୍ଡେ, ସମାଜସେବୀ ତଥା ସମ୍ବଲପୁର ଲୋକ ମହୋତ୍ସବ ଅଭ୍ୟର୍ଥନା କମିଟୀ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ର ସମ୍ପାଦକ ଦେବେନ୍ଦ୍ର ପଧାନ,ପୂଜ୍ଯ ସଂସଦ ର ସଭାପତି ସରୋଜ କୁମାର ପୂଜାରୀ, ସମାଜସେବୀ ଡାକ୍ତର ରାଜରାମ ଷଡଙ୍ଗୀ,ରେଙ୍ଗାଲିବ୍ଲକ ସାମ୍ବାଦିକ ସଂଘର ସଭାପତି ହରିହର ନାଥ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଅତିଥି ମାନେ ଖେଳାଳୀ ମାନଙ୍କ ସହିତ କରମର୍ଦ୍ଧନ କଲାପରେ ଉଦଘାଟନୀ ମ୍ୟାଚ୍ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ସଂଯୋଜକ ଶୋଷିତ ନାଏକ ଏହାକୁ ପରିଚାଳନା କରି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଞ୍ଚଳିକ କ୍ରିଡା କମିଟିର ପ୍ରେମଦୀପ ସାହୁ,କବିର୍ ଶରଣ ନାଏକ,ଆକାଶ ରାଜ୍ ପଟେଲ,ବଣ୍ଟି ସାହୁ, ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ୍ ରେ ଇଏଫ୍ସି ଝାଡଖଣ୍ଡ ଲଇଡା ରେଡ୍ ଟିମ୍ କୁ ପରାସ୍ତ କରି ପରବର୍ତ୍ତି ରାଉଣ୍ଡ କୁ ଉନ୍ନୀତ ହୋଇଛି। ଆଞ୍ଚଳିକ କ୍ରିଡା କମିଟୀ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର ର ୧୬ ଟି ପୁରୁଷ ଦଳ ଏବଂ ୪ଟି ମହିଲା ଦଳ ଅଂଶଗ୍ରହଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ