Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗାଁ ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ

ସମ୍ବଲପୁର(ଧମା):ବୀର ସୁରେନ୍ଦ୍ର ସାଏ ପଂଚାୟତ ଉଚ୍ଚ ବିଦ୍ୟାଳୟ ବରଗାଁର ୩୯ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀ ଅରବିନ୍ଦ ପାଣିଗ୍ରାହୀ ଙ୍କ ଅଧ୍ୟାକ୍ଷତା ରେ ସମାରୋହରେ ପାଳିତ ହୋଇ ଯାଇଛି।ଉଦଯାପନୀ ଉତ୍ସବରେ ପରିଚାଳନା କମିଟିର ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଡେପୁଟି ରେଜିଷ୍ଟର ଡ଼ଃ ଉମାଚରଣ ପତି ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସରକାରଙ୍କ ସ୍ୱତନ୍ତ୍ର ସଚିବ ଅନୁପ କୁମାର ପାଣିଗ୍ରାହୀ ଯୋଗ ଦେଇ ଥିଲେ।ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ଛାତ୍ରଛାତ୍ରୀ ମାନଂକୁ ଉଦବୋଧନ ଦେଇ କହିଲେ ଅନ୍ୟର ଦୋଷ ଦୁର୍ବଳତା ନ ଦେଖି ନିଜକୁ ନିଜେ ଜାଣିବାକୁ ଚେଷ୍ଟା କର ବୋଲି କହିଥିଲେ. ଏହି ଅବସର ରେ ସମାନନୀୟ ଅତିଥି ଙ୍କ ଦ୍ୱାରା ପ୍ରଦତ୍ତ ୫୦,୦୦୦ ଜମା ରାଶିରୁ ସୁଧ ବାବଦକୁ ୩୦୦୦ ଟଙ୍କା ବିଦ୍ୟାଳୟ ର ଶ୍ରେଷ୍ଠ ଗଣିତ ଟପ୍ପର ପ୍ରହଲ୍ଲାଦ ପଧାନ ଦଶମ ଶ୍ରେଣୀର ଛାତ୍ରକୁ ଦିଆଯାଇଥିଲା।ସେ ଆହୁରି ଏହି ଅବସରରେ ଛାତ୍ରଛାତ୍ରୀ ମାନଂକ ପାନୀୟ ଜଳ ପାଇଁ ଏକା ଜଳ ବଶୋଧନ ଯନ୍ତ୍ର ପ୍ରଦାନ କରି ଥିଲେ.କ୍ରୀଡା କ୍ଷେତ୍ର ରେ ଶ୍ରେଷ୍ଠ ପ୍ରତିଯୋଗୀ ସ୍ୱରାଜ ଓରାମ କୁ ମଧ୍ୟ୍ୟ ଶ୍ରୀ ପାଣିଗ୍ରାହୀ ଅର୍ଥ ରାଶି ଦେଇ ମଦ୍ୟ ପୁରସ୍କୃତ କରି ଥିଲେ. କାର୍ଯ୍ୟକ୍ରମ କୁ ଶ୍ରୀ ରାମ ନିବାସ ସାହୁ, ଶ୍ରୀ ଶ୍ୟାମ ମିରିଗ ପରିଚାଳନା କରି ଥିଲେ। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କୁମାରୀ ନିକିତା ପାଣ୍ଡେ ପରିଚାଳନା କରି ଥିଲେ. ଶେଷ ରେ ବଶିଷ୍ଟ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ପୂଜାରି ଧନ୍ୟବାଦ ଅର୍ପଣ କରି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ