Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ମହୋତ୍ସବ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମ୍ବଲପୁର:ହୀରାକୁଦ ହେଉଛି ଏକ ପର୍ଯ୍ୟଟନ କ୍ଷେତ୍ର। ଏହାର ପବିତ୍ରତା,ବିଶେଷତ୍ୱ,ଶ୍ରମଦାନ ଭଳି କାର୍ମିକ ନେତୃତ୍ୱର ଅଭାବ ରହିଛି ସମାଜରେ।ଆଜି ହୀରାକୁଦ ବାସି ଅତିରିକ୍ତ ଜ଼ିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଭେଟି ଦ୍ୱତୀୟ ହୀରାକୁଦ ମହୋତ୍ସବ ଯାହା ୨୦୨୪ରେ ହେବାକୁ ଯାଉଅଛି ଏହାକୁ ହୀରାକୁଦର ସ୍ଥାନୀୟ ଜନସାଧାରଣ ୧୫ ଜାନୁଆରୀ ୨୦୨୪ରେ କରିବାକୁ ଦାବି ପତ୍ର ଦେଇଛନ୍ତି ।ଚଳିତବର୍ଷ ଛାତ୍ର ଛାତ୍ରୀ ମାନକ ପରୀକ୍ଷାକୁ ଆଖିରେ ରଖି ଏହାକୁ ୧୫ ଜାନୁଆରୀରେ କରିବାକୁ ଅନୁରୋଧ କରିଛନ୍ତି ।ତାହା ସହିତ ହୀରାକୁଦକୁ ଜାନୁଆରୀ ମାସରେ ବହୁତ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମହୋତ୍ସବ ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ହୀରାକୁଦ ବାସୀ ଦାବିପତ୍ର ଦେଇଛନ୍ତିl ଏପରିକି ଗତ ବର୍ଷରେ ସମସ୍ୟା ରହିଥିବାl ଟ୍ରାଫିକ ସମସ୍ୟା, ବ୍ୟାପକ ପୋଲିସ. ରାସ୍ତା ର ଆଲୋକୀ କରଣ, ସ୍ଥାଇ କଳାକାରଙ୍କୁ ଭାଗ ନେବାର ସୁଯୋଗ ଭଳି ଦାବି ନେଇ ଆଜି ସମାଜସେବୀ କାର୍ତିକ କଲେତ,ରାହୁଲ ସାହା, ଆଞ୍ଚଳ ରାଉତ, ସୁନିଲ ସେଠ, ଦୀପକ ବେହେରା ସୁନିଲ ସାଗର, ରାଜେନ୍ଦ୍ର ଶତନାମୀ ଉପସ୍ଥିତ ରହି ଏହି ଦାବି ପତ୍ର ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ