Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେପରୱା ଗାଡି ଚାଳନା : ହୋଟେଲ ଭିତରେ ପଶିଗଲା ଟ୍ରଲର୍।

ସମ୍ବଲପୁର/ ରେଙ୍ଗାଲି-୨୮/୧୨ (ରମାକାନ୍ତ ବିଶ୍ୱାଳ)
ରାଉରକେଲା ରାଜ୍ୟରାଜପଥ ରେ ବେପରୱା ଗାଡି ଚାଳନା ଫଳ ରେ ଗତ ରାତି ପ୍ରାୟ ୧୧ଟା ସମୟ ରେ ରେଙ୍ଗାଲି ତହସିଲ ଅଫିସ ପାର୍ଶ୍ବ ରେ ଥିବା ସାଧନା ହୋଟେଲ ଭିତରକୁ ଏକ ଟ୍ରଲର୍ ପଶି ଯିବା ଭଲି ଅଭାବନୀୟ ଘଟଣା ଘଟିଛି। ସୌଭାଗ୍ଯ ବଶତଃ ରାତି ସମୟ ହୋଇଥିବାରୁ କେହି ମୃତାହତ ହୋଇନାହାନ୍ତି। ଗାଡି ଚାଳକ ମୃତ୍ୟୁ ମୁଖରୁ ଅଳ୍ପେକେ ବର୍ତ୍ତି ଯାଇଛି। ଦ୍ରୁତଗତି ରେ ଆସୁଥିବା ଟ୍ରଲର୍ ଉପରୁ ଚାଳକ ନିୟନ୍ତ୍ରଣ ହରାଇବା ଫଳ ରେ ହୋଟେଲ ପାହାଚ ଅତିକ୍ରମ କରି ହୋଟେଲ ପରିସର ରେ ଥିବା ଜେରକ୍ସ-କମ୍ପୁଟର ଏବଂ ଚା ତଥା ଥଣ୍ଡା ପାନିୟ ଦୋକାନ କାନ୍ଥ ଭାଙ୍ଗି ଦେଇ ଚୁରମାର୍ ହୋଇ ହୋଟେଲ ର ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏସଂକ୍ରାନ୍ତ ରେ ଏକ ମାମଲା ଋଜୁ କରି ରେଙ୍ଗାଲି ପୁଲିସ ତଦନ୍ତ ଜାରି ରଖିଛି।