Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର ୩୦/୧୨ ..ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କୋରାପୁଟ ଗସ୍ତରେ ଆସି ବିଭିନ୍ନ ସ୍ଥାନ ବୁଲାବୁଲି କରି ଆଜି ଫେରିବା ବାଟରେ ଲକ୍ଷ୍ମୀପୁର ଠାରେ କିଛି ସମୟ ଧରି ଅଟକି ଥିଲେ।ମନ୍ତ୍ରୀ ଲକ୍ଷ୍ମୀପୁର ଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପରେ ପୁରୁଣା ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରି ସେଠାରୁ ବାହାରି ସିଧା ଚାଲି ଚାଲି ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା କୁ ଯାଇଥିଲେ।ସେଠାରେ ପହଞ୍ଚି ପ୍ରଥମେ ଜୟପୁର ରେ ଚାକିରି କରିବା ସମୟର କିଛି ପୁରୁଣା ସ୍ମୃତିକୁ ମନେ ପକାଇ ସେଇ ସମୟର ଅନୁଭୂତି ବିଷୟରେ ବଖାଣି ଥିଲେ।ପରେ ଅତ୍ୟଧିକ ଗହଳି ଦେଖି ଖୁସି ବ୍ୟକ୍ତ କରି ଦଳୀୟ କର୍ମୀଙ୍କ ସହ କିଛି ସମୟ ଧରି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରି ରାୟଗଡ଼ା ଅଭିମୁଖେ ଫେରି ଯାଇଥଲେ।ମନ୍ତ୍ରୀଙ୍କ ଏଇ ଗସ୍ତ ସମୟରେ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା,ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା କୁଲେସିକା,ପୁର୍ବତନ ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ସାଉନ୍ତା,ଏସଡିସି ବ୍ଲକ୍ ସଭାପତି ପାରଦା କୁଲେସିକା,ବିଜେଡ଼ି ସଭା ନେତ୍ରୀ କୌଶଲ୍ୟା ହିକକା,ବିଜେଡ଼ି ବ୍ଲକ୍ ସଭାପତି ପ୍ରସାଦ ଖରା ଓ ବିଜେଡ଼ି ସମର୍ଥିତ ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ଅନେକ କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ