Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟି କୋଟି ଟଙ୍କା ର କୋଠାଘର ଅସାମାଜିକଙ୍କ ବ୍ୟକ୍ତି ଙ୍କ ଆଡ୍ଡାସ୍ଥଳୀ…କାହିଁକି କରାଯାଉନି ହସ୍ତାନ୍ତର…..

ଲକ୍ଷ୍ମୀପୁର ୩୧/୧୨ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଅନେକ ସରକାରୀ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି।କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ କରାଯାଉଛି ସରକାରୀ କୋଠା କିନ୍ତୁ ହସ୍ତାନ୍ତର ନା ଯିବାରୁ ସେମିତି ବ୍ୟବହାର ନହୋଇ ପଡ଼ି ରହି ଖତ ଖାଉଛି।କିଛି କୋଠା ଅସାମାଜିକ ବ୍ୟକ୍ତି ଙ୍କ ପାଇଁ ପାଲଟିଛି ଅଡ୍ଡାସ୍ଥଳୀ ।ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟ ମଧ୍ୟ ଉକ୍ତ କୋଠାରେ ହେଉଚି।ସ୍ଥାନୀୟ ଆଇଟିଆଇ କଲେଜ୍ ପାଖରେ ଥିବା ତିନୋଟି ସରକାରୀ କୋଠା ଏଇ ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ରହି ଅସାମାଜିକ ଙ୍କ ଆଡା ସ୍ଥଳୀ ପାଲଟିଛି।କୋଠା ଗୁଡ଼ିକ ନିର୍ମାଣ ହୋଇ ସେମିତି ରହିଗଲା ହେଲେ ଆଜି ଯାଏଁ ବ୍ୟବହାର ହୋଇ ପାରିଲା ନାହିଁ। ଗୋଟିଏ ଗ୍ରମ୍ୟାଉନୟନ ବିଭାଗ ଦ୍ଵାରା କୋଟିଏ ରୁ ଉର୍ଦ୍ଧ ଟଙ୍କା ରେ ତିଆରି ହୋଇଥିବା ବେଳେ ସ୍କିଲ୍ ଡେଭ୍ଲୋମେଣ୍ଟ ସେଣ୍ଟର୍ ଓ ଆଇଟିଡିଏ ତରଫରୁ ୯୦ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଦୁଇଟି ବୟେଜ୍ ହଷ୍ଟେଲ କୋଠା ସେଥି ମଧ୍ୟରେ ରହିଛି।
ଅବଶ୍ୟ ମାଓ ମୁକାବିଲାରେ ନିୟୋଜିତ ଥିବା ଯବାନ ମାନେ ସେଠାରେ କିଛି ଦିନ ଧରି କ୍ୟାମ୍ପ ବନାଇଥିଲେ ହେଲେ ସେମାନେ ଚାଲିଯିବା ପରଠୁ ଉକ୍ତ କୋଠା ଗୁଡ଼ିକ ଅପବ୍ୟବହାର ହେଉଚି।ଭିତରେ ଖାଲି ଭଙ୍ଗା ମଦ ବୋତଲ ପଡ଼ି ରହିଛି।ସମସ୍ତ କବାଟ,ଝରଖା କଳଙ୍କି ଲାଗି ଗଲାଣି।ଛାତ ଉପରେ ଥିବା ପାଣି ଟାଙ୍କି କେଉଁଆଡେ ଉଭାନ ହୋଇଯାଇଛି।କୋଠା ଚାରିଆଡ ବଣ ଲତା ମାଡ଼ି ଗଲାଣି, ଅଥଚ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନି।ବ୍ଲକ୍ ରେ ସବୁଠୁ ଅଧିକ ଆଇଟିଡିଏ ବିଭାଗ ଏଭଳି ଦାୟିତ୍ଵ ହୀନତା କାର୍ଯ୍ୟ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।ଆଇଟିଡିଏ ବିଭାଗ ତରଫରୁ ତିଆରି ହୋଇଥିବା ଅନେକ କୋଠା ଏହିପରି ବ୍ୟବହାର ନହୋଇ ପଡ଼ି ରହୁଛି।ଯେକୌଣସି ସ୍ଥାନରେ କାମ ହେଉଥିଲେ ବି ବିଭାଗୀୟ ଅଧିକାରୀ ମାନେ ଥରେ ହେଲେ କାର୍ଯ୍ୟର ତଦାରଖ କରିବାକୁ ଯାଉନାହାନ୍ତି।ବାବୁ ମାନେ କେବଳ ଜିଲ୍ଲା ହେଡକ୍ୱାଟର ରେ ବସି କାମ କରୁଛନ୍ତି।ସ୍ଥାନୀୟ ବ୍ଲକର ଆଇଟିଆଇ କଲେଜ୍ ପାଖରେ ହୋଇଥିବା କୋଠା ଗୁଡାକ ଏବେ ତାର ଉଦାହରଣ ପାଲଟିଛି।ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ଏହି ପରି ବରବାଦ ହେଉଚି ହେଲେ ଏଠି ଗରିବ ଗୁରୁବାଙ୍କୁ କୌଣସି ଯୋଜନାରେ ଖଣ୍ଡିଏ ଘର ମିଳୁନି।ଗରିବମାନେ ସାମାନ୍ୟ ଆବାସ ଖଣ୍ଡିଏ ସକାଶେ ୨ସେଣ୍ଟ ଜମି ଓ ଲକ୍ଷେ ଟଙ୍କା ପାଇବାକୁ ଅସମର୍ଥ ହେଉଥିବା ବେଳେ ସରକାର ଙ୍କ ଏକର ଏକର ଜମିରେ କୋଟି କୋଟି ଟଙ୍କାରେ କୋଠା ନିର୍ମାଣ କରାଯାଇ ରାତିରେ ଭୁତକୋଠି, ସନ୍ଧ୍ୟା ରେ ଅସାମାଜିକ ବ୍ୟକ୍ତି ଙ୍କ ଅଡ୍ଡାସ୍ଥଳୀ ବନିବା
ଘଟଣା ଦେଖିବା ପରେ ସରକାର ଙ୍କ ଦାୟିତ୍ୱ ହୀନତା କାର୍ଯ୍ୟ କୁ ବୁଦ୍ଧିଜୀବୀ ମହାଲରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ବିଭାଗୀୟ ଅନେକ ଅଧିକାରୀ ଙ୍କୁ ପଚାରିବାରୁ କେହିତ ଜାଣି ନଥିବା ପ୍ରକାଶ କରୁଥିବା ବେଳେ କେହି କହୁଛନ୍ତି ମୋ ସମୟରେ ହୋଇନାହିଁ ଆଉ ଅନ୍ୟ କେହି କେହି କହୁଛନ୍ତି ହସ୍ତାନ୍ତର ହୋଇନାହିଁ। ଏପରି ସ୍ଥିତି ରେ ସରକାର କା ମାଲ ଦରିୟା ମେ ଡାଲ ସ୍ଥିତି ଦେଖା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ