Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁରାଟରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଓଡ଼ିଆ ଦାଦନ

ବେଲଗୁଣ୍ଠା,01/01, ଦିନକୁ ଦିନ ବଳି ପଡୁଛି ଓଡ଼ିଆ ଦାଦନଙ୍କ ସମସ୍ୟା I ପ୍ରତିଦିନ କେହି ନା କେହି ଓଡ଼ିଆ ଦାଦନ କୌଣସି କାରଣରୁ ମଧ୍ୟ ମୃତ୍ୟୁ ବରଣ କରୁ୍ଥିବା ଖବର ଶୁଣିବାକୁ ମିଳୁଛି I ଏହି ଭଳି ଦୁଇ ଦାଦନ ଟଳି ପଡିଛନ୍ତି ମୋଟରସାଇକେଲ୍ ଦୁର୍ଘଟଣାରେ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ସୀତାରାମ ପ୍ରଧାନଙ୍କ ପୁଅ ଗୁରୁମୂର୍ତ୍ତୀ ପ୍ରଧାନ (27) ଏବଂ ଆସିକା ବ୍ଳକ୍ ମଣ୍ଟାପଡ଼ା ଗ୍ରାମର ମୁରଲୀ ସେଠୀଙ୍କ ପୁଅ କାହ୍ନୁ ସେଠୀ ସୁରଟ୍ ର ସାଇନି ଅଞ୍ଚଳରେ ସୂତାକଳରେ ଦାଦନ ଶ୍ରମିକ କାର୍ଯ୍ୟ କରୁଥିଲେ I ଗତ କାଲି ରାତିରେ ଉଭୟେ ଏକ ମୋଟରସାଇକେଲ୍ ଯୋଗେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇଥିଲେ I ଫଳରେ ଉଭୟ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ I ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହେବା ସହିତ ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ କିଛି ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ସହାୟତାରେ ଅନ୍ତିମ ସଂସ୍କାର କରାଯାଇଥିଲା I ଗୁରୁମୂର୍ତ୍ତୀ ମୃତ୍ୟୁ ଖବର ତାଙ୍କ ଗ୍ରାମ ମଙ୍ଗଳପୁରରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି I ଗୁରୁମୂର୍ତ୍ତୀଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀ ତୁରନ୍ତ ତାଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଦାବୀ କରିଛନ୍ତି I