Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ନୂତନ ସିଡିପିଓ ଙ୍କ ଯୋଗଦାନ

ବେଲଗୁଣ୍ଠା,୦୪/୦୧- ବୁଧବାର ଅପରାହ୍ନରେ ବେଲଗୁଣ୍ଠା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ କେ. ଉଷାଲକ୍ଷ୍ମୀ ନୂତନ ସି.ଡ଼ି.ପି.ଓ ଭାବେ ଯୋଗ ଦେଇଛନ୍ତି। କେ. ଉଷାଲକ୍ଷ୍ମୀ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସି. ଡ଼ି. ପି. ଓ ଭାବେ କାର୍ଯ୍ୟ କରି ଆସୁଥିଲେ। ବେଲଗୁଣ୍ଠା ଅତିରିକ୍ତ ଦାୟିତ୍ୱରେ ଥିବା ଭଞ୍ଜନଗର ସି. ଡ଼ି. ପି. ଓ ବିଷ୍ଣୁ ସେଠୀ ଶ୍ରୀମତୀ ଉଷାଲକ୍ଷ୍ମୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପ୍ରକାଶ ଥାଉକି, ପୂର୍ବରୁ ବେଲଗୁଣ୍ଠା ସି. ଡ଼ି. ପି. ଓ ଗାୟତ୍ରୀ ମିଶ୍ର ଚାରି ମାସ ପୂର୍ବରୁ ଚାକିରିରୁ ଅବସର ଗ୍ରହଣ କରିଥିଲେ।ତାଙ୍କରି ଜାଗାରେ ଭଞ୍ଜନଗର ସିଡିପିଓ ଶ୍ରୀମତୀ ସେଠୀ ଅତିରିକ୍ତ ଦାୟିତ୍ୱରେ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories