Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାସିଙ୍ଗିରୁ ନିଖୋଜ ନାବାଳକ ଦେଢ଼ ବର୍ଷ ପରେ ଛତିଶଗଡ଼ରୁ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଦେଢ ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟ ମହାସିଙ୍ଗି ଗାଁରୁ ନିଖୋଜ ହୋଇଯାଇଥିବା ଜଣେ ବାଳକକୁ ଛତିଶଗଡର ଗରିଆବନ୍ଧ ଜିଲ୍ଲାର ମେନପୁର ଥାନା ଅଞ୍ଚଳରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ଉଦ୍ଧାର କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୨ ମସିହା ଜୁନ ୬ ତାରିଖ ଦିନ ବାଳକ ଜଣକ ମାମୁଁ ଘରୁ କୌଣସି କାରଣରୁ ମନମାଳିନ୍ୟ ହୋଇ ଘରୁ ଚାଲିଯାଇଥିଲା ପରିବାର ଲୋକ ବହୁ ଖୋଜ ଖୋଜି କରିବା ପରେ ନମିଳିବାରୁ ଜୁନ ୧୩ ତାରିଖରେ ବାଲିଗୁଡା ଥାନାରେ ପୁଅ ନିଖୋଜ ହୋଇଥିବା ଏକ ଏତଲା ଦେଇଥିଲେ । ପୁଲିସ ଖୋଜାଖୋଜି କରିବା ପରେ ବାଳକର କୌଣସି ପତ୍ତା ମିଳିନଥିଲା ବାଳକ ଜଣକ ଘରୁ ଚାଲିଚାଲି ବାଲିଗୁଡାରୁ ଭାୟା ବାରଖମା ,କଣ୍ଟାମାଳ,ସୋନପୁର ,ବୌଦ୍ଧ ଦେଇ ଛତିଶଗଡ ର ଧବଲପୁର ଥାନା ମେନପୁର ର ଛତିଶଗଡର ଜଣେ ବ୍ୟବସାୟୀଙ୍କ ଦାସୁରାମ ସାହିଷ ଙ୍କ ଘରେ କାମ କରିବା ପାଇଁ କହିଥିଲା ଏହା ପରେ ଛତିଶଗଡର ବ୍ୟବସାୟୀ ଜଣକ ପିଲାଟିକୁ ଆଶ୍ରୟ ଦେଇଥିଲେ ଯେତେବେଳେ ସେ ଦିନେ ତାଙ୍କ ଗାଁ ନିକଟରେ ରାତିରେ ଲକ୍ଷ୍ୟହୀନ ଭାବରେ ବୁଲୁଥିବାର ଦେଖିଲେ। ଏହି ବ୍ୟକ୍ତି ଜଣକ ଅଧ୍ୟୟନ ଜାରି ରଖିବା ପାଇଁ ତାଙ୍କୁ ଏକ ବିଦ୍ୟାଳୟରେ ନାମ ଲେଖାଇବାକୁ ଯୋଜନା କରିଥିଲେ ବୋଲି ପୋଲିସ କହିଛି।ଏ ଭଳି ନିଖୋଜ ବାଳକ ସମ୍ପର୍କ ରେ ସ୍ଥାନୀୟ ଥାନା ରେ ଜଣାଇଥିଲା ଏହା ପରେ ଏସପି (କାନ୍ଦାଲ) ସୁବେନ୍ଦୁ ପାଟ୍ରା କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ସହ ଯୋଗ ଯୋଗ କରିବା ପରେ ପିଲାଟିର ପରିଚୟ ପରିବାର ଲୋକଙ୍କୁ କୁହାଯାଇଥିଲା । ଏହା ପରେ କନ୍ଧମାଳ ଏସପି ଙ୍କ ନିର୍ଦ୍ଦେଶ ଅନୁଯାୟୀ । ବାଲିଗୁଡା ଏସଆଇ ଆଶୁତୋଷ ପାଇକରାୟ ଙ୍କ ନେତୃତ୍ଵ ରେ ଏକ ଟିମ ଛତିଶଗଡ ଯାଇ ବାଳକ ଟିକୁ ଉଦ୍ଧାର କରିଥିଲେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ପିଲାଟି ନିଖୋଜ ଥିବାବେଳେ ସ୍ଥାନୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା ବୋଲି ପୋଲିସ କହିଛି ଯେ ଯେତେବେଳେ ପୋଲିସ ଟିମ୍ ତାଙ୍କୁ ଘରକୁ ଫେରାଇ ଆଣିବ ସେତେବେଳେ ବ୍ୟବସାୟୀ ଏହାକୁ ବିରୋଧ କରିନଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ଏବଂ ମାମୁଁ ସେମାନଙ୍କୁ ବାରମ୍ବାର ଭେଟିଥିଲେ। ସେ କିପରି ନିଖୋଜ ହୋଇଯାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ୍ ଅନୁମାନ କରୁଛି ଯେ ବାଳକଟି କିଛି ଅର୍ଥ ଘରୁ ନେଇ ହରାଇବା ପରେ ଭୟଭୀତ ହୋଇ ଗାଁରୁ ପଳାଇ ଯାଇ ଥାଇ ପାରେ, ଯାହା କି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ତାଙ୍କ ଅଜ୍ଞାତ ବ୍ୟକ୍ତିଙ୍କ କୁ ଦେଇ ଦେଇଥିଲେ ।ବାଳକ ଟିକୁ ପାଇ ପରିବାର ସହିପଡିଶା ଓ ଗାଁ ଲୋକଙ୍କ ଖୁସି ଦେଖିବାକୁ ମିଳିଥିଲା ଓ ପୁଲିସକୁ ଧନ୍ୟବାଦ ପ୍ରଦାନ କରିଥିଲେ ।