Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟର ସାଇକେଲ ରୁ ପଡ଼ି ବିଜେଡ଼ି କର୍ମୀ ଙ୍କ ମୃତ…

ଲକ୍ଷ୍ମୀପୁର ୦୫/୦୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଟିମାଝୋଲା ଗାଁ ନିକଟ ଜାତୀୟ ରାଜପଥ ଉପରେ ବାଇକ୍ ରୁ ପଡ଼ି ଜଣେ  ପୁରୁଖା ବିଜେଡି କର୍ମୀ ଙ୍କର ମୃତ୍ୟୁ ହୋଇଛି ।ମୃତକ ହେଲେ ତୟାପୁଟ ଗ୍ରାମର ପ୍ରକାଶ
ଟାକ୍ରୀ।ସେ ଦୀର୍ଘ ବର୍ଷ ଧରି  ତୋୟାପୁଟ ଗ୍ରାମପଞ୍ଚାୟତ ରେ ଯୋଗାଣ ବିଭାଗର ଡିଲର ଭାବେ କାର୍ଯ୍ୟ କରିବା ସହ ଠିକା ଦାର କାର୍ଯ୍ୟ ଓ ବିଜେଡି ର ଜଣେ ସକ୍ରିୟ କର୍ମୀ ରହିଥିଲେ ।ମୃତ ପ୍ରକାଶ  ସପ୍ତାହକ ତଳେ ଆଖି ଅପରେସନ ହୋଇଥିଲେ, ଗୋଟିଏ ଆଖିରେ ପଟି ବନ୍ଧା ଯାଇଥିବା  ସତ୍ୱେ କୌଣସି ଏକ କାମ ପାଇଁ ଘରୁ ଲକ୍ଷ୍ମୀପୁର ଆସିବାକୁ ବାଇକ ରେ ବାହାରିଥିଲେ। ତୋୟାପୁଟ ବସ ଷ୍ଟାଣ୍ଡ ରେ ଆସିବା ବେଳେ ତାଙ୍କ ସହ  ଏଡମିନ୍ କୁଲଦୀପ ଓ ସୁଶିଲ କୁଲଦୀପ ଙ୍କୁ ନିଜ ବାଇକ୍ ରେ ବସାଇ ଲକ୍ଷ୍ମୀପୁର ଅଭିମୁଖେ ଆସୁ ଥିବା ବେଳେ  ଟିମାଝୋଲା ନିକଟରେ ଭାରସାମ୍ୟ ହରାଇ ବାଇକ୍ ସହ ପଡ଼ି ଯାଇଥିଲେ। ତାଙ୍କ ସହ ଥିବା ଦୁଇ ଯୁବକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଶୁଣି ଡାକ୍ତରଖାନାରେ ସମ୍ପର୍କୀୟ ମାନଙ୍କ ଭିଡ ଜମି ଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଏନେଇ ତାଙ୍କ ଭାଇ ଦିବାକର ଟାକ୍ରୀ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଲକ୍ଷ୍ମୀପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ