ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବାହାରେ ଥିବା ଚେତେଶ୍ୱର ପୂଜାରା ପୁଣି ଥରେ ଭାରତୀୟ ଦଳରେ ସାମିଲ୍ ପାଇଁ ନିଜର ଦାବିଦାର ମଜବୁତ କରିଛନ୍ତି । ସେ ରଣଜୀ ଟ୍ରଫିରେ ଦମଦାର ଦ୍ୱିଶତକ ଅର୍ଜନ କରି ସଭିଙ୍କ ଦୃଷ୍ଟି ଆକର୍ଷଣକ କରିବା ସହ ଜଣାଇ ଦେଇଛନ୍ତି ଯେ, ତାଙ୍କ ନିକଟରେ ଏବେ ବି କ୍ରିକେଟ୍ ବାକି ରହିଛି । ଖାସ୍ କଥା ତାଙ୍କର ଏହି ବଡ ଇନିଂସ ସେହି ସମୟରେ ଆସିଛି ଯେତେବେଳେ ଚୟନକର୍ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିବାର ଅଛି ।
ସମ୍ଭବତଃ ଆଜି ସନ୍ଧ୍ୟା ସୁଦ୍ଧା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇପାରେ । ଏହାର ଠିକ୍ ପୂର୍ବରୁ ପୂଜାରା ରଣଜୀ ଟ୍ରଫିରେ ଦ୍ୱିତଶତକ ମାରି ଚୟନକର୍ତାଙ୍କ ଦ୍ୱିଧାକୁ ଆହୁରି ବଢାଇ ଦେଇଛନ୍ତି । ରାଜକୋଟ୍ କ୍ରିକେଟ୍ ଆସୋସିଏସନ ମଇଦାନରେ ଖେଳାଯାଉଥିବା ଝାଡଖଣ୍ଡ ବିପକ୍ଷ ମୁକାବିଲାରେ ପୂଜାରା ୨୪୩ ରନର ଅପରାଜିତ ଇନିଂସ ଖେଳିଛନ୍ତି । ଏଥିରେ ୩୦ ଚୌକା ସାମିଲ୍ ଥିବା ବେଳେ ଷ୍ଟ୍ରାଇକ ରେଟ୍ ପାଖାପାଖି ୭୦ ରହିଛି । ତାଙ୍କର ଏହି ଦ୍ୱିଶତକ ଦମରେ ସୌରାଷ୍ଟ୍ର ଝାଡଖଣ୍ଡର ୧୪୨ ରନ ଜବାବରେ ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୫୭୮ ରନରେ ପାଳି ସମାପ୍ତି ଘୋଷଣା କରିଛି । ଏଥିସହ ଦଳ ୪୩୬ ରନର ବିଶାଳ ଅଗ୍ରଣୀ ହାସଲ କରିଛି । ପୂଜାରାଙ୍କ ବ୍ୟତୀତ ଦଳ ପକ୍ଷରୁ ପ୍ରେରକ ମଙ୍କଡ ୧୦୪ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି । ସେହିପରି ହରବିକ ଦେଶାଇ ୮୫, ଭସଭଡା ୬୮ ଓ ଜ୍ୟାକସନ ୫୪ ରନ କରିଛନ୍ତି ।
𝗗𝗼𝘂𝗯𝗹𝗲 𝗗𝗲𝗹𝗶𝗴𝗵𝘁 𝗳𝗼𝗿 𝗖𝗵𝗲𝘁𝗲𝘀𝗵𝘄𝗮𝗿 𝗣𝘂𝗷𝗮𝗿𝗮! 💯💯
— BCCI Domestic (@BCCIdomestic) January 7, 2024
A spectacular 2⃣0⃣0⃣ in Rajkot from the Saurashtra batter! 👏👏
Follow the match ▶️ https://t.co/xYOBkksyYt#RanjiTrophy | #SAUvJHA | @IDFCFIRSTBank | @saucricket | @cheteshwar1 pic.twitter.com/ofLZSf2qcl
ତେବେ ସଭିଙ୍କ ନଜର ରହିଥିଲା ପୂଜାରାଙ୍କ ଉପରେ । ଖରାପ ଫର୍ମ କାରଣରୁ ଭାରତର ଏହି ନିର୍ଭରଶୀଳ ବ୍ୟାଟରଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଛି । ତେବେ ଅପରାଜିତ ଦ୍ୱିଶତକ ଇନିଂସ ଖେଳି ପୂଜାରା ପୁଣି ଥରେ ଦଳକୁ ଫେରିବା ପାଇଁ ନିଜର ଦାବିଦାର ମଜବୁତ କରିବା ସହ ଚୟନକର୍ତାଙ୍କୁ ଭାବିବାକୁ ବିବଶ କରିଛନ୍ତି । ତେବେ ଦେଖିବା ବାକି ରହିଲା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ଦଳରେ ସ୍ଥାନ ମିଳୁଛି କି ନାହିଁ ।