ମହୋତ୍ସବ ଆୟୋଜନ କଲେ ଆମକୁ ଜିବନ ଜୀବିକା ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅ- ମତ୍ସ୍ୟଜୀବୀ


ଗୋପାଳପୁର,୦୭/୦୧
ଚଳିତ ମାସ ଶେଷ ସପ୍ତାହ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ରେ ବେଳାଭୂମି ମହୋତ୍ସବ ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରା ଯାଉଛି।ଏହା ମଧ୍ୟରେ ଗୋପାଳପୁର ଏନ ଏ ସି ପକ୍ଷରୁ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ପାଇଁ ସାହାଯ୍ୟ ସହଯୋଗ କରିବାକୁ ମତ୍ସ୍ୟଜୀବୀ ମାନଙ୍କୁ ଅନୁରୋଧ କରା ଯାଇଥିଲା। ବେଳାଭୂମି ପରିସରରେ ମତ୍ସ୍ୟଜୀବୀ ମାନଙ୍କ ପକ୍ଷରୁ ରଖା ଯାଇଥିବା ଡଙ୍ଗା ଓ ଜାଲ ସମୂହ କୁ ମହୋତ୍ସବ ଆୟୋଜନ ର ୫ ଦିନ ନିମନ୍ତେ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ କୁହା ଯାଇଥିଲା। ଏହାକୁ ନେଇ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାକୁ ବୈଠକ ରେ ମତ୍ସ୍ୟଜୀବୀ ମାନେ ଦାବି ଜଣାଇଥିଲେ।ଦାବି ମୁତାବକ ସେମାନଙ୍କୁ ପ୍ରତି ପରିବାର ପିଛା ଅନ୍ୟୁନ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମତ୍ସ୍ୟଜୀବୀ ଙ୍କ ପକ୍ଷରୁ କୁହାଯାଇଛି ‌। ସେମାନଙ୍କ କହିବା ମୁତାବକ ଉକ୍ତ ୫ ଦିନ ସେମାନଙ୍କ ଜୀବନ ଜିବାକା ଉପରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଇ ଦିଆ ଯାଇଥାଏ। ପ୍ରଥମତଃ ସେମାନେ ସେମାନଙ୍କ ଡଙ୍ଗା କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ରଖା ଯାଇଥିବା ଝୁମ୍ପୁଡି ଘରକୁ ଭାଙ୍ଗି ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ମତ୍ସ୍ୟଜୀବୀ ରାମାରାଓ ପ୍ରକାଶ କରିଛନ୍ତି। ଡଙ୍ଗା ଓ ଜାଲ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପରେ ସମୁଦ୍ର ମାଛ ମାରିବାକୁ ଯିବା ରେ ଅସୁବିଧା ହେବା ସହ ସାମଗ୍ରୀ ଗୁଡ଼ିକ ର ସୁରକ୍ଷା ପାଇଁ ସେଠାରେ ପରିବାର ସଦସ୍ୟ ପାଳି କରି ଜଗିବାକୁ ମଧ୍ୟ ପଡ଼ିଥାଏ ବୋଲି ଅନ୍ୟ ମତ୍ସ୍ୟଜୀବୀ ମାନେ ପ୍ରକାଶ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଯଦି ମହୋତ୍ସବ ଆୟୋଜନ କରାଯାଏ ତାହା ହେଲେ ମତ୍ସ୍ୟଜୀବୀ ର‌ ପ୍ରତି ପରିବାର ପିଛା ୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରି ପ୍ରଶାସନ ମହୋତ୍ସବ ଆୟୋଜନ କରୁ ବୋଲି ବିଜେପି ନଗର ସଭାପତି ପଞ୍ଚୁ ବେହେରା ଦାବି ଜଣାଇଛନ୍ତି। ଅନ୍ୟ ପଟେ ଆଜି ଗଞ୍ଜାମ ଗସ୍ତରେ ଆସିଥିବା କେନ୍ଦ୍ର ମତ୍ସ୍ୟ ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଙ୍କ ସହ ଆର୍ଜିପଲ୍ଲୀ ଗସ୍ତ ସମୟରେ ମଧ୍ୟ ଗୋପାଳପୁର ମତ୍ସ୍ୟଜୀବୀ ମାନଙ୍କ ଏକ ପ୍ରତିନିଧି ଦଳ ଭେଟିବା ସହ ଗୋପାଳପୁର ରେ ଏକ ମିନି ଜେଟି ନିର୍ମାଣ କରିବାକୁ ଦାବି ଜଣାଇବା ସହ ମହୋତ୍ସବ ଆୟୋଜନ ସମୟରେ ମତ୍ସ୍ୟଜୀବୀ ମାନେ ଭୋଗୁଥିବା ସମସ୍ୟା ନେଇ ମଧ୍ୟ ଅବଗତ କରାଇଥିଲେ। ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ମହୋତ୍ସବ ସମୟରେ ମତ୍ସ୍ୟଜୀବୀ ମାନେ ହିଁ ଅସୁବିଧାରେ ପଡୁଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ସେଲିଫି ନେବା ଚକର ରେ ଡଙ୍ଗା ଉପରେ ଚଢ଼ି ଫୋଟ ଉଠାଇବା ଫଳରେ ଅନେକ ଡଙ୍ଗା କ୍ଷତିଗ୍ରସ୍ତ ହୋଇଥାଏ। ଏହାକୁ ନେଇ ପ୍ରତିବର୍ଷ ମତ୍ସ୍ୟଜୀବୀ ମାନେ ପ୍ରଶାସନ କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଅଳ୍ପ କିଛି ଟଙ୍କା ଦେଇ ନାଲି ଆଖି ଦେଖାଇ ଚୁପ୍ କରି ଦେଇଥାନ୍ତି।