Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌; ୧୫ରେ ସରିବ

ଭୁବନେଶ୍ୱର: ଗୁରୁବାରଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌‌। ଏହି ପର୍ଯ୍ୟାୟରେ ପ୍ରାୟ ୯ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା।

ଦେଶର ୩୩୦ଟି ସହରରେ ପରୀକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ରାଜ୍ୟର ୨୭ ସହରରେ ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେଉଛନ୍ତି। ଗୁରୁବାର ଦିନ ପୂର୍ବାହ୍ନ ୯ରୁ ୧୨ଟା ଓ ଅପରାହ୍ଣ ୩ରୁ ୬ଟା ମଧ୍ୟରେ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି।

ରାଜ୍ୟର ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେଇଛନ୍ତି। ପରବର୍ତ୍ତୀ ପରୀକ୍ଷା ଆସନ୍ତା ଏପ୍ରିଲ ୮,୧୦,୧୧,୧୨,୧୩ ଓ ୧୫ତାରିଖରେ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରବେଶିକାର ଦୁଇ ଦିନ ପୂର୍ବରୁ ପିଲାଙ୍କ ପାଇଁ ଆଡ଼ମିଟ କାର୍ଡ ଉପଲବ୍ଧ କରାଯାଉଥିବା ଏନଟିଏ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ